Advertisment

ଫଟୋଗ୍ରାଫି କହିଲେ ଏହି ୫ ଜଣଙ୍କ ନା କୁ ନେଇ ଏବେ ବି ଚାଲେ ଚର୍ଚ୍ଚା

ଫଟୋଗ୍ରାଫର୍‌ମାନେ ନିଜ କ୍ୟାମେରାରେ କଏଦ କରିଥାନ୍ତି ଭଳିକି ଭଳି ଫଟୋ। ଆଉ ଦୁନିଆରେ ଅନେକ ସୁପରିଚିତ ଫଟୋଗ୍ରାଫର ମଧ୍ୟ ରହିଛନ୍ତି। ତେବେ ଦୁନିଆରେ ଏମିତି ଫଟୋ ଗ୍ରାଫର୍‌ ଅଛନ୍ତି ଯେଉଁମାନଙ୍କୁ ନେଇ ସଦାସର୍ବଦା ଆଲୋଚନା କରାଯାଏ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ତଥ୍ୟ

author-image
Sarbeswar
ଫଟୋଗ୍ରାଫି କହିଲେ ଏହି ୫ ଜଣଙ୍କ ନା କୁ ନେଇ ଏବେ ବି ଚାଲେ ଚର୍ଚ୍ଚା

world photography day

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଫଟୋଗ୍ରାଫିକୁ ନିଜର ପେଶା ବନାଇ ଦେଇଛନ୍ତି। କିଏ ଫଟୋଗ୍ରାଫିକୁ ନିଜ ପେଶା ବନାଇ ଦିଏ ତ ଆଉ କିଏ ନିଜର ନିଶା। ଫଟୋଗ୍ରାଫର୍‌ମାନେ ନିଜ କ୍ୟାମେରାରେ କଏଦ କରିଥାନ୍ତି ଭଳିକି ଭଳି ଫଟୋ। ଆଉ ଦୁନିଆରେ ଅନେକ ସୁପରିଚିତ ଫଟୋଗ୍ରାଫର ମଧ୍ୟ ରହିଛନ୍ତି। ତେବେ ଦୁନିଆରେ ଏମିତି ଫଟୋ ଗ୍ରାଫର୍‌ ଅଛନ୍ତି ଯେଉଁମାନଙ୍କୁ ନେଇ ସଦାସର୍ବଦା ଆଲୋଚନା କରାଯାଏ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ତଥ୍ୟ...

Advertisment

ଏଂସେଲ ଆଡ୍ଡ।ମ୍ସ (୧୯୦୨-୧୯୮୪)

ଏଂସେଲ ଆଡ୍ଡ।ମ୍ସ ବିଶ୍ୱର ଜଣେ ଜଣାଶୁଣା ଫଟୋଗ୍ରାଫର ଥିଲେ। ବ୍ଲାକ ଏଣ୍ଡ କଲର ଫଟୋ ଉଠାଇବାରେ ସେ ମାହିର୍‌ ଥିଲେ। ଆମେରିକାର Yosemite ନ୍ୟାସନାଲ ପାର୍କରେ ତାଙ୍କର ଫଟୋ ଗୁଡିକର ଚର୍ଚ୍ଚା ଆଜି ବି ବେଶ୍‌ ଆକର୍ଷଣ ଢଙ୍ଗରେ ହୋଇଥାଏ।। ସେ ପ୍ରକୃତି ପ୍ରେମୀ ହୋଇଥିବାରୁ, ତାଙ୍କ ଫଟୋଗ୍ରାଫ୍ସରେ ପରିବେଶ ଉପରେ ଅନେକ ଛବି ଦେଖାଯାଏ। ତାଙ୍କ କ୍ୟାମେରାରେ ଉଠାଯାଇଥିବା ପ୍ରତ୍ୟେକ ଫଟୋ ଅତ୍ୟନ୍ତ ପରିସ୍କାର ଦେଖାଯାଉଥିବାରୁ ବିଶ୍ୱରେ ତାଙ୍କ ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ।

Advertisment

ରୋବର୍ଟ କାପା (୧୯୧୩-୧୯୫୪)

ରୋବର୍ଟ କାପାଙ୍କୁ ଫଟୋ ଗ୍ରାଫିରେ ଜଣେ ଯୋଦ୍ଧା ଭାବରେ ବିବେଚନା କରାଯାଏ। ସ୍ପେନିସ୍‌ ଗୃହ ୟୁଦ୍ଧ ସମୟରେ ସେ ଉଠାଇଥିବା ୨୬ଟି ଫଟୋ ଆଜି ବି କେଉଁ ଖଜାନାରୁ କମ୍ ନୁହେଁ। ୧୯୧୩ ଖ୍ରୀଷ୍ଟାଦ୍ଦରେ ରୋବର୍ଟ କାପାଙ୍କ ଜନ୍ମ ହୋଇଥିବାବେଳେ ଜର୍ମାନୀରେ ନିଜ ପାଠପଢ଼ା ସମାପନ କରିଥିଲେ ସେ। କୁହାଯାଏ କାପାଙ୍କୁ ଯୁଦ୍ଧ ଭଲଲାଗେ ନାହିଁ କି କୌଣସି ପ୍ରକାର ଗଣ୍ଡଗୋଳକୁ ସେ ପ୍ରଶୟ ଦିଅନ୍ତି ନାହିଁ। ବିଶିଷ୍ଟ ଚିତ୍ରଶିଳ୍ପୀ ପାବ୍ଲୋ ପିକାସୋଙ୍କ ସହ ତାଙ୍କର ଉତ୍ତମ ବନ୍ଧୁତ୍ୱ ଥିଲା । ସେ ଚୀନର ହୋଇ ମଧ୍ୟ ନିୟୁର୍କରେ ରହୁଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସେ ଉଠାଇଥିବା ପ୍ରତ୍ୟେକଟି ଫଟୋକୁ ନେଇ ଆଜି ବି ବେଶ୍‌ ଚର୍ଚ୍ଚା ହୁଏ।

ହେନେରୀ କାର୍ଟିୟର ବ୍ରେସନ୍

ପ୍ରଥମେ ହେନେରୀ କାର୍ଟିୟର ବ୍ରେସନ୍ ଏକ ଚିତ୍ରଶିଳ୍ପୀ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜର ସଉକ୍‌ ପାଇଁ ଏକ କ୍ୟାମେରାର ବ୍ୟବହାର କରିଥିଲେ । ପରେ ଫଟୋ ଉଠାଇବାରେ ତାଙ୍କର ଏପରି ରୁଚି ବଢିଥିଲା ଯେ, ପରବର୍ତ୍ତୀ ସମୟରେ ସେ ଏକ ବିଶିଷ୍ଟ ଫଟୋଗ୍ରାଫର ହୋଇଯାଇଥିଲେ । ନିୟୁର୍କରେ ତାଙ୍କର ପ୍ରଥମ ଏକ୍ସିବିସନ ଲାଗିଥିଲା । ୧୯୫୪ରେ ପ୍ୟାରିସର ଲାଇବ୍ରେସନର ସମୟରେ ଉଠାଇଥିବା ତାଙ୍କର ଫଟୋ ଗୁଡିକ ବହୁ ଚର୍ଚ୍ଚିତ ଥିଲା । ରୋବର୍ଟ କାପାଙ୍କ ସହ ମଧ୍ୟ ହେନେରୀ ମେଗନମ୍ ଫଟୋ ଉଠାଇବା ଆରମ୍ଭ କରିଥିଲେ। ୧୯୫୨ ରେ ସେ କିନ୍ତୁ ୟୁରୋପ ପଳାଇଥିଲେ । ତାଙ୍କର ଅନେକ ଫଟୋ Decisive Moment ବହିରେ ସ୍ଥାନ ପାଇଛି ଓ ସେଥିଲାଗି ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ମେନ ରେ (୧୮୯୦-୧୯୭୬ )

ମେନ ରେ ଏକ ଆମେରୀକିୟ ଫଟୋଗ୍ରାଫର ଥିଲେ । କିନ୍ତୁ ସେ ନିଜ ଜୀବନର ଅଧିକ ସମୟ ପ୍ୟାରିସରେ ବିତାଇଥିଲେ । ମେନ ଏକ ପୋଟ୍ରେଟ ଓ ଫ୍ୟାସନ ଦୁନିଆର ସୁପରିଚିତ ଫଟୋ ଗ୍ରାଫର ଥିଲେ ।

ରଘୁ ରାୟ

ରଘୁ ରାୟ ଏକ ଭାରତୀୟ ଫଟୋଗ୍ରାଫର ଥିଲେ । ସେ ଚୌଧୁରୀ ରଘୁରାୟ ନାଁରେ ମଧ୍ୟ ବେଶ୍‌ ପରିଚିତ ଥିଲେ । ସେ ବିଶିଷ୍ଟ ଫଟୋଗ୍ରାଫର ହେନେରୀ କାର୍ଟିୟର ବ୍ରେସନଙ୍କ ଶିଷ୍ୟ ଥିଲେ । ହେନେରୀ ରଘୁ ରାୟଙ୍କ କଳା ଓ ପ୍ରତିଭାରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ୧୯୭୭ ମସିହାରେ ରଘୁଙ୍କୁ ଯୁବ ଜର୍ଣ୍ଣାଲିଷ୍ଟ ରୂପରେ ମ୍ୟାଗନମ୍ ଫଟୋରେ ରଘୁଙ୍କୁ ନିଯୁକ୍ତ କରିଥିଲେ । ପରେ ସେ ଇଣ୍ଡିଆ ଟୁଡେରେ ବି ସାମିଲ ହୋଇଥିଲେ । ରଘୁ ତାଙ୍କ ବହି Raghu Rai’s India: Reflections in Colour and Reflections in Black and White ପାଇଁ ବି ବେଶ୍ ଜଣାଶୁଣା ଥିଲେ ।

India World-photography-day-2021
Advertisment
Advertisment