• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅ ଫେରିବନି । ଅଫେରା ରାଇଜକୁ ଚାଲିଯାଇଛି ବୀର ପୁତ୍ର । ମା’ ଛାତି ପିଟି କାନ୍ଦୁଛି । ବାୟାଣୀ ପରି ହେଉଛି । ବାପା ମୁହଁ ଲୁଚେଇ କାନ୍ଦୁଛନ୍ତି । ଚାରି ତିନି ଦିନ ପୂର୍ବରୁ ବାପାଙ୍କୁ କଲ୍ କରିଥିଲେ ପୃଥ୍ୱୀ ସିଂ ଚୌହାନ୍ । ବୁଢ଼ା ବାପାଙ୍କ ଆଖି ଦେଖାଇ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ନିୟତିର ବିଚାର ଥିଲା ଭିନ୍ନ । ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂ ଚୌହାନ୍ ଡିସେମ୍ବର ୩୧ରେ ଆଗ୍ରା ଆସିଥାଆନ୍ତେ । ପିତାଙ୍କ ଜନ୍ମଦିନ ସହିତ ନୂଆ ବର୍ଷ ଉତ୍ସବରେ ଘରକୁ ଛୁଟିରେ ଆସିବାର ଥିଲା । କିନ୍ତୁ ଏହା ପୂର୍ବରୁ କାଳର ନିଷ୍ଠୁର ହାତ ତାଙ୍କୁ ଅନେକ ଦୂରକୁ ନେଇଗଲା । ୭୫ ବର୍ଷିୟ ବୃଦ୍ଧ ବାପା ପୁଅକୁ ହରାଇବାର ଦୁଃଖକୁ ସହ୍ୟ କରିପାରୁନାହାନ୍ତି ।

ଚାରି ଭଉଣୀରେ ସବା ସାନ ଥିଲେ ପୃଥ୍ୱୀ ସିଂ । ଖୁବ୍ ମେଳାପୀ ଆଉ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ସମସ୍ତଙ୍କୁ ଅତି ନିଜର କରିପକାଇଲେ । ଶେଷ ଥର ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଥିଲେ ପୃଥ୍ୱୀ ସିଂ ଚୌହାନ୍ । ହେଲେ ଏ ବୁଢ଼ା ବୟସରେ ଆଉ ପୁଅ ମୁହଁ ଦେଖି ପାରିବି ନାହିଁ କହି କୋହ ସମ୍ଭାଳି ପାରୁନି ବୁଢ଼ା ବାପା । ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂ ଚୌହାନ୍ ଦୟାଲବାଗର ସରନ ନାଗରର ବାସିନ୍ଦା । କୋଏମ୍ବାଟୁର ନିକଟ ବାୟୁସେନା ଷ୍ଟେସନରେ ତାଙ୍କର ପୋଷ୍ଟିଂ ହୋଇଥିଲା ।

ପ୍ରତି ବର୍ଷ ରାକ୍ଷୀପୂର୍ଣ୍ଣିମାରେ ଘରକୁ ଆସୁଥିଲେ,ଏବେ ମୁଁ କାହାକୁ ବାନ୍ଧିବି?

ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା । ଅତି ସ୍ନେହରେ ତାକୁ ରାକ୍ଷୀ ବାନ୍ଧୁଥିଲି । ତିନି ଦିନ ପୂର୍ବେ ବାପାଙ୍କ ଆଖିର ଅପରେସନ୍ ବିଷୟରେ ସହ କଥାବାର୍ତ୍ତା ହୋଇଥିଲା । ଆଗ୍ରାସ୍ଥିତ ମିଲିଟାରୀ ହସ୍ପିଟାଲରେ ମା’ଙ୍କ ଆଖିର ଚିକିତ୍ସା କରାଇବା ପାଇଁ କହୁଥିଲା, କିନ୍ତୁ ସବୁ ଓଲଟପାଲଟ ହୋଇଗଲା । ଭାଇକୁ

୨୦୦୭ରେ ବୃନ୍ଦାବନ ନିବାସୀଙ୍କୁ କାମିନୀଙ୍କୁ ବିବାହ କରିଥିଲେ ପୃଥ୍ୱୀ ସିଂ ଚୌହାନ୍ । ସେମାନଙ୍କର ଦୁଇଟି ସନ୍ତାନ ଅଛି । ବଡ ଝିଅ ଆରାଧ୍ୟାଙ୍କୁ ୧୨ ବର୍ଷ ହୋଇଥିବା ବେଳେ ପୁଅ ଅବିରାଜକୁ ୯ ବର୍ଷ । ପରିବାର ସହିତ ବାୟୁସେନା କମ୍ପ୍ଲେକ୍ସରେ ରହୁଥିଲେ । ପିତା ସୁରେନ୍ଦ୍ର ସିଂ ଏବଂ ମାତା ସୁଶୀଲା ଦେବୀ ସରନ ନଗର ସ୍ଥିତ ଘରେ ରହୁଛନ୍ତି ।

ବାୟୁସେନାରେ ଯୋଗଦେବା ପରେ ପୃଥ୍ୱୀ ସିଂ ଚୌହାନ୍ ପ୍ରଥମ ପୋଷ୍ଟିଂ ହାଇଦ୍ରାବାଦରେ ହୋଇଥିଲା । ଏହା ପରେ ଗୋରଖପୁର, ଗୁଆହାଟି, ଉଦମ ସିଂ ନଗର, ଜାମନଗର, ଆଣ୍ଡାମାନ ଏବଂ ନିକୋବର ସମେତ ଅନ୍ୟ ବାୟୁସେନା ଷ୍ଟେସନରେ ତାଙ୍କର ପୋଷ୍ଟିଂ ହୋଇଥିଲା । ତାଙ୍କୁ ଏକ ବର୍ଷର ସ୍ୱତନ୍ତ୍ର ତାଲିମ ପାଇଁ ସୁଦାନ ମଧ୍ୟ ପଠାଯାଇଥିଲା |