• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍‌କୁ ପ୍ରମୋଟ୍ ହୋଇଛନ୍ତି ଅଭିନନ୍ଦନ । ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି । ଏହାପରେ ଗ୍ରୁପ କ୍ୟାପଟେନ୍‌କୁ ପ୍ରମୋଟ୍ ହୋଇଛନ୍ତି । ଭାରତୀୟ ସେନାର କର୍ଣ୍ଣେଲ ଓ ବାୟୁ ସେନାର ଗ୍ରୁପ କ୍ୟାପଟେନ୍ ପଦବୀ ହେଉଛି ସାମନ ରାଙ୍କ । ଖୁବଶୀଘ୍ର ଗ୍ରୁପ କ୍ୟାପଟେନ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ ଅଭିନନ୍ଦନ ।

ଫେବ୍ରୁଆରୀ ୨୦୧୯ରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ରଚା ଯାଇଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଥିଲେ ଅଭିନନ୍ଦନ । ପାକିସ୍ତାନ ବାୟୁ ସେନାର ଲଢ଼ୁଆ ବିମାନ F16କୁ ଭାରତୀୟ ଏୟାର ସ୍ପେଶ୍‌ରୁ ହଟାଇବା ସହ ମଝି ଆକାଶରୁ ଖସାଇଥିଲେ । ବେଶ ଚତୁରତା ଓ ସାହସର ସହ ପାକିସ୍ତାନ ସେନାକୁ ସାମ୍ନା କରିଥିଲେ ଅଭିନନ୍ଦନ ।

୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ଏହି ପ୍ରମୋସନ ମିଳିଛି । ଏହାପୂର୍ବରୁ ତାଙ୍କୁ ସୂର୍ଯ୍ୟ ଚକ୍ରରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ପୁଲୱାମାରେ ଆତଙ୍କୀ ହମଲାର ଜବାବ ଦେବାକୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲକୋଟରେ ଥିବା ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।

ଏହାର ଦିନକ ପରେ ଅର୍ଥାତ ୨୦୧୯ ମସିହା ଫେବୃଆରୀ ୨୭ରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତ ପକ୍ଷରୁ ଆକାଶ ପଥରେ ହିଁ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା । ଏହି ଲଢ଼େଇ ସମୟରେ ଅଭିନନ୍ଦନ ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପ୍ରବେଶ କରି ପାକ୍‌ର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ।

ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ସେ ମଧ୍ୟ ପିଓକରେ ଖସି ପଡ଼ିଥିଲେ । ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା । କିନ୍ତୁ ଭାରତ ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବା ସହ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ଅଭିନନ୍ଦନ ୱାଘା-ଅଟ୍ଟାରୀ ସୀମା ଦେଇ ବେଶ ବୀର ଠାଣିରେ ଭାରତରେ ପ୍ରବେଶ କରିଥିଲେ ।