/odishatv-khabar/media/post_attachments/uploadimage/library/16_9/16_9_0/whatsapp-1-1_1626935654.jpg)
whatsapp 1
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢିଛି। କାରଣ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଆପ୍କୁ ବେଶ୍ ବହୁଳ ଭାବରେ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ବରଂ କୁହାଯାଇଛି ଯେଉଁମାନେ ଏହି ମେସେଜ୍କୁ ଫରୱାର୍ଡ ନକରନ୍ତି ସେମାନଙ୍କ ଆକାଉଂଟକୁ ଆଗାମୀ ୨୪ ଘଂଟା ମଧ୍ୟରେ ବନ୍ଦ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ୟୁଜର୍ସମାନେ ନିଜର ବନ୍ଦ ହୋଇଯାଇଥିବା ଆକାଉଂଟ୍କୁ ପୁନଃ ଆରମ୍ଭ କରିବାକୁ ଚାହିଁଲେ ବି ତାହା ହେବ ନାହିଁ ସେଥିପାଇଁ ଆପଣଙ୍କୁ ୪୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।
Also Read
ସୂଚନା ଅନୁସାରେ, ପୁଣି ଥରେ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍। ତେଣୁ ଏହି ଆପ୍ରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ ରାତିରେ କାହିଁକି ହ୍ୱାଟ୍ସଆପ୍ ପରି ଲୋକପ୍ରିୟ ଆପ୍ରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ମିଳିନାହିଁ। କିନ୍ତୁ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି। କମ୍ପାନୀ ଆଣୁଥିବା ନୂଆ ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଦେଖାଯିବ ବୋଲି ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଆଇକନ୍ ତିଆରି କରିବା ସହିତ ୟୁଜର୍ସମାନେ ଆଇକନ୍ର ରଙ୍ଗ ମଧ୍ୟ ପରିବର୍ତ୍ତନ କରିପାରିବେ ଯାହା ପୂର୍ବରୁ ହୋଇପାରୁନଥିଲା। କେବଳ ଏତିକି ନୁହେଁ ଆପ୍ରେ ଆଗାମୀ ଦିନରେ ଫଟୋ ଗୁଡ଼ିକ ଇମୋଜି ପରି ଦୃଶ୍ୟମାନ ହେବ। ଏହି ଫିଚର୍ସ ରୋଲଆଉଟ୍ ପରେ, ୟୁଜର୍ସମାନେ ଏକ ନୂଆ ଫଟୋ ଅପଲୋଡ୍ କରିବା ସମୟରେ ଆପର କ୍ୟାପସନ୍ ବାର୍ ପାଖରେ ଏକ ଷ୍ଟିକର୍ ଆଇକନ୍ ଦେଖିବାକୁ ମିଳିବ ବୋଲି କୁହାଯାଇଛି। ତେବେ ଏହା କେବେଠୁ ଆରମ୍ଭ ହେବ ସେନେଇ କୌଣସି ସୂଚନା ମିଳିନାହିଁ।
ତେବେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ମଧ୍ୟରେ ଭାଇରାଲ ହେଉଥିବା ଏହି ମେସେଜ୍କୁ ପିଇବିର ଫ୍ୟାକ୍ଟ ଚେକ୍ ଟିମ୍ ଭିତ୍ତିହୀନ ବୋଲି କହିଛି। PIB ବି କହିଛି ଯେ, ସରକାରଙ୍କ ପକ୍ଷରୁ ଏନେଇ କୌଣସି ନିର୍ଦ୍ଦେଶନାମା ଦିଆଯାଇନାହିଁ। ଅଯଥାରେ ଅପପ୍ରଚାର ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)