Advertisment

ଏହି ଦୁଇ ସ୍ଥାନରେ ଅଗଷ୍ଟ ୧୫ ନୁହେଁ ବରଂ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
ଏହି ଦୁଇ ସ୍ଥାନରେ ଅଗଷ୍ଟ ୧୫ ନୁହେଁ ବରଂ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

independence-day

ନୂଆଦିଲ୍ଲୀ: ସାରା ଦେଶରେ ଅଗଷ୍ଟ ୧୫ ଦିନ ହିଁ ସ୍ୱାଧୀନତା ଦିବସ ପାଳନ କରାଯାଏ। ଆଉ ଏହି ସକାଳୁ ଆମେ ସମସ୍ତେ ପତାକା ଉତ୍ତୋଳନ କରନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏମିତି ୨ ଟି ସହର ଅଛି ଯେଉଁଠାରେ କି ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ପାଳନ କରାଯାଏ ସ୍ୱାଧୀନତା ଦିବସ। ସୂଚନା ଅନୁସାରେ ପଶ୍ଚିମ ବଙ୍ଗର ରାମଘାଟ୍‌ ଓ କୃଷ୍ଣସାଗର ଅଂଚଳରେ ଅଗଷ୍ଟ ୧୮ରେ କରାଯାଏ ପତାକା ଉତ୍ତୋଳନ। ଭାରତ-ପାକିସ୍ତାନ ଯେଉଁ ସମୟରେ ବିଭାଜନ ହୋଇଥିଲା ସେହି ସମୟରେ ଏହି ୨ ଅଂଚଳରୁ ପାକିସ୍ତାନରେ ମିଶାଇ ଦେଇଥିଲେ ଇଂରେଜ। କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।

Advertisment

ପୂର୍ବରୁ ସେଠାକାର ଜନସାଧାରଣ ମାନେ ଅଗଷ୍ଟ ୧୮ରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ଭାରତ ସରକାରଙ୍କ ନିୟମ ଅନୁସାରେ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖରେ ଦେଶବାସୀ ପତାକା ଉତ୍ତୋଳନ କରିପାରିବେ। ତେଣୁ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁମତି ମିଳୁନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୯୧ ମସିହାରେ କେନ୍ଦ୍ର ସରକାର ଦେଶର ସେହି ଦୁଇଟି ସ୍ଥାନରେ ପତାକା ଉତ୍ତୋଳନ ପାଇଁ ଲୋକଙ୍କୁ ଅନୁମତି ଦେଇଥିଲେ। ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ ତାରିଖରେ ସମସ୍ତେ ପତାକା ଉତ୍ତୋଳନ କରନ୍ତି ଓ ସ୍ୱାଧୀନତା ଦିବସ ପାଳନ କରନ୍ତି।

Independence Day Independence Day 2021 India News West Bengal
Advertisment
Advertisment