• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମମତାଙ୍କ ମୂର୍ତ୍ତିର ଦଶ ହାତରେ ସମସ୍ତ ଯୋଜନା ଗୁଡ଼ିକର ଚିତ୍ରଣ କରାଯିବ

  • ଏ ସମ୍ପର୍କରେ ବିଜେପି ନେତା ଅର୍ଜୁନ ସିଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି

କୋଲକାତା : ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରସ୍ତୁତି ପବ । ଏଥର ଦୂର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି । କୋଲକାତାର ବାଗୁଇହାଟି ଅଞ୍ଚଳରେ ନଜରୁଲ ପାର୍କ ଉନ୍ନୟନ ସମିତି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୂର୍ତ୍ତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ତେବେ ଏ ସମ୍ପର୍କରେ ବିଜେପି ନେତା ଅର୍ଜୁନ ସିଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ରାଜନୀତି ଇତିହାସରେ ଏପରି କରିଛନ୍ତି, ସେମନେ ବିନାଶର ସମ୍ମୁଖୀନ ହୋଇଛନ୍ତି ବୋଲି କହନ୍ତି ବିଜେପି ନେତା ଅର୍ଜୁନ ସିଂ । ମାୟାବତୀ ହୁଅନ୍ତୁ କିମ୍ବା ଦକ୍ଷିଣର ବଡ ବଡ଼ ରାଜନେତା ହୁଅନ୍ତୁ, ଯେଉଁମାନଙ୍କର ପୂଜା ହୋଇଛି ସେମାନେ ତିଷ୍ଠି ପାରିନାହାନ୍ତି ।

ମମତାଙ୍କ ମୂର୍ତ୍ତିର ଦଶ ହାତରେ ସମସ୍ତ ଯୋଜନା ଗୁଡ଼ିକର ଚିତ୍ରଣ କରାଯିବ

ପ୍ରସିଦ୍ଧ କ୍ଲେ ମଡେଲର୍ ମିଣ୍ଟୁ ପାଲ୍ ତାଙ୍କର କୁମାରତିଲି ଷ୍ଟୁଡିଓରେ ମମତାଙ୍କ ମୂର୍ତ୍ତି ତିଆରି କରୁଛନ୍ତି । କୋଲକାତାରେ ଆୟୋଜିତ ହେବାକୁ ଥିବା ଥିମ୍ ପୂଜାରୁ ଏହି ଧାରଣା ଆସିଥିବା କହିଛନ୍ତି ମିଣ୍ଟୁ ପାଲ । ତେଣୁ ଥିମ୍ ପୂଜାରେ ସମସ୍ତ କ୍ଲବ୍ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଆଉ ଏନେଇ ପ୍ରସିଦ୍ଧ କ୍ଲେ ମଡେଲର୍ ସହ ଆଲୋଚନା ହୋଇଥିଲା । ତେବେ ଏହାପରେ ମିଣ୍ଟୁ ପାଲ ହିଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମା ଦୁର୍ଗାଙ୍କ ରୂପରେ ଚିତ୍ରିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଆଉ ଏଥିରେ ସମସ୍ତେ ରାଜି ହୋଇଯାଇଥିଲେ ।

ମମତା ବାନାର୍ଜୀ ବଙ୍ଗଳା, ବଙ୍ଗଳା ସମାଜ ତଥା ବଙ୍ଗାଳୀ ଲୋକଙ୍କ ପାଇଁ 'କନ୍ୟାଶ୍ରୀ', 'ଯୁବୋଶ୍ରୀ', ’ସ୍ୱାସ୍ଥ୍ୟଶ୍ରୀ ସାଥୀ', ' ଲଖୀର ଭଣ୍ଡାର' ପରି ଯୋଜନା ଆଣିଛନ୍ତି । ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ । କୌଣସି ମୁଖ୍ୟମନ୍ତ୍ରୀ ନିଜ ଲୋକଙ୍କ ପାଇଁ ତଥା ରାଜ୍ୟ ପାଇଁ ଏଫରି କାର୍ଯ୍ୟ କରିନାହାଁନ୍ତି । ମମତା ରାଜ୍ୟବାସୀଙ୍କ ପାଇଁ ଯାହା ବି ପ୍ରକଳ୍ପ ଆଣିଛନ୍ତି, ଯାହା ଯୋଜନା କରିଛନ୍ତି କେହି କରିନାହାନ୍ତି ।

ତେବେ ମମତାଙ୍କ ମୂର୍ତ୍ତିରେ ଦଶହାତ ପରିବର୍ତ୍ତେ କନ୍ୟାଶ୍ରୀ, ସ୍ୱାସ୍ଥ୍ୟଶ୍ରୀ ସାଥି, ରୂପଶ୍ରୀ, ସବୁଜ ସାଥୀ ଏବଂ ଲଖୀର ଭଣ୍ଡାର ଭଳି ଯୋଜନା ଗୁଡ଼ିକୁ ପ୍ରଦର୍ଶିତ ହେବ । ସେପଟେ ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ ପ୍ରକଳ୍ପ ବିଷୟରେ ଲୋକଙ୍କୁ ଜଣାଇବାକୁ ଚାହୁଁଥିବା କହିଛନ୍ତି ଆୟୋଜକ । ଏଥର ପଣ୍ଡାଲରେ କାର୍ତ୍ତିକ, ଗଣେଶ, ଲକ୍ଷ୍ମୀ, ସରସ୍ୱତୀଙ୍କ ପ୍ରତିମାକୁ ଛୋଟ ପିଲାମାନଙ୍କ ମାଧ୍ୟମରେ ପ୍ରଦର୍ଶିତ ହେବ ଏବଂ ଛୋଟ ଦୁର୍ଗା ମା’ଙ୍କ ପ୍ରତିମା ପୂଜା କରାଯିବ।