Advertisment

ମୀରାବାଈଙ୍କ ସଫଳତା ପଛରେ ରହିଛି ଏକ ସଂଘର୍ଷପୂର୍ଣ୍ଣ କାହାଣୀ…

ଚାନୁଙ୍କ ସଫଳତା କୋଟି କୋଟି ଭାରତୀୟଙ୍କ ହୃଦୟରେ ଆଣିଛି ହର୍ଷୋଲ୍ଲାସ। ଜାପାନରେ ଏହି ଜିତ୍ ପରେ ସାରା ଦେଶରେ ଜୟଜୟକାର ଚାଲିଛି ଚାନ୍ଦି ଗର୍ଲ ମୀରାବାଇ ଚାନୁଙ୍କର। ତେବେ ଚାନୁଙ୍କ ଏହି ଜୟଯାତ୍ରା ପଛରେ ରହିଛି ୫ ବର୍ଷର ଶ୍ରମ, ସଂଘର୍ଷ ଓ ସଫଳତାର କାହାଣୀ। ୨୦୧୬ ରିଓ ଅଲିମ୍ପିକ୍ସ, ୨୦୧୪ କମନେଓ୍ବଲ୍ଥ ଗେମ୍ସରେ ସିଲଭର ଜିତିଥିବାରୁ ତାଙ୍କଠାରୁ ପଦକ ଆଶା କରିଥିଲା ଭାରତ

author-image
Sarbeswar
୨ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ମୀରାବାଈ ଚାନୁ

Chanu Saikhom Mirabai

ନୂଆଦିଲ୍ଲୀ: ଟୋକିଓ ଅଲିଂପିକ୍ସରେ ୱେଟ୍ଲିଫ୍ଟିଂରେ ସିଲଭର ପଦକ ହାସଲ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି ମୀରାବାଈ ଚାନୁ। ଚାନୁଙ୍କ ସଫଳତା ପାଇଁ ସାରା ଭାରତ ଆଜି ଗର୍ବିତ। ମାତ୍ର ତାଙ୍କର ଏହି ସଫଳତା ପଛରେ ରହିଛି ନିଷ୍ଠା ଓ ସଂଘର୍ଷର କାହାଣୀ। ମଣିପୁରର ଏହି କନ୍ୟାଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷପୂର୍ଣ୍ଣ ଯାତ୍ରା।

Advertisment

ଚାନୁଙ୍କ ସଫଳତା କୋଟି କୋଟି ଭାରତୀୟଙ୍କ ହୃଦୟରେ ଆଣିଛି ହର୍ଷୋଲ୍ଲାସ। ଜାପାନରେ ଏହି ଜିତ୍ ପରେ ସାରା ଦେଶରେ ଜୟଜୟକାର ଚାଲିଛି ଚାନ୍ଦି ଗର୍ଲ ମୀରାବାଇ ଚାନୁଙ୍କର। ତେବେ ଚାନୁଙ୍କ ଏହି ଜୟଯାତ୍ରା ପଛରେ ରହିଛି ୫ ବର୍ଷର ଶ୍ରମ, ସଂଘର୍ଷ ଓ ସଫଳତାର କାହାଣୀ। ୨୦୧୬ ରିଓ ଅଲିମ୍ପିକ୍ସ, ୨୦୧୪ କମନେଓ୍ବଲ୍ଥ ଗେମ୍ସରେ ସିଲଭର ଜିତିଥିବାରୁ ତାଙ୍କଠାରୁ ପଦକ ଆଶା କରିଥିଲା ଭାରତ। ନିଜ ଜନ୍ମ ଦିନର ଦିନକ ପୂର୍ବରୁ ୱେଟଲିଫଟିଂ ଏରେନାକୁ ଓହ୍ଲାଇଥିଲେ। ସେତେବେଳେର ୨୧ ବର୍ଷୀୟ ଏହି ମଣିପୁରୀ କନ୍ୟା ତିନି ତିନିଟି ଉଦ୍ୟମ ସତ୍ତ୍ୱେ ଦେଖାଇପାରିନଥିଲେ ଦକ୍ଷତା। ରିଓରେ ଏହି ପ୍ରଦର୍ଶନ ପରେ ଭାଙ୍ଗିପଡିଥିଲେ ଚାନୁ। ଏପରିକି ବିଷାଦଗ୍ରସ୍ତ ହୋଇ ମନସ୍ତତ୍ତ୍ୱବିତଙ୍କ ସହ ପରାମର୍ଶ ନେଇଥିଲେ।

Advertisment

ଆଉ ରିଓର ବିଫଳତାକୁ ପଛରେ ପକାଇ ଟୋକିଓ ଟାର୍ଗେଟରେ ଆରମ୍ଭ କରିଥିଲେ ପ୍ରସ୍ତୁତି। କଠିନ ପରିଶ୍ରମ ବଳରେ ନିଜ ବର୍ଗରେ ଓ୍ୱାର୍ଲଡ ନମ୍ବର ଟୁ ରାଙ୍କ ହାସଲ କରିପାରିଥିଲେ । ୨୦୧୭ ଓ୍ୱାର୍ଲଡ ଚାମ୍ପିୟନସିପ ଓ ୨୦୧୮ କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ୍ ଜିତି ବିଶ୍ୱ ଦରବାରରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଉ ଟୋକିଓ ଯାତ୍ରା ପୂର୍ବରୁ ଚଳିତ ବର୍ଷ ଏସିଆନ୍ ୱେଟଲିଫ୍ଟିଂ ଚାମ୍ପିୟନସିପ୍ର କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କିଲୋଗ୍ରାମ ଓଜନ ଉଠାଇ ବିଶ୍ୱ ରେକର୍ଡ ସହ ନିଜ ମନୋବଳ ଦୃଢ କରିପାରିଥିଲେ।

ଏପଟେ ମୀରାବାଇଙ୍କ ଏହି ପ୍ରଦର୍ଶନରେ ମଣିପୁରସ୍ଥିତ ତାଙ୍କ ଜନ୍ମମାଟିରେ ଖୁସିର ପରିବେଶ ଦେଖିବାକୁ ମିଳିଛି। ପରିବାରବର୍ଗ ଓ ସମ୍ପର୍କୀୟ ଏକାଠି ତାଙ୍କ ଘରେ ଏଇ ଇଭେଣ୍ଟକୁ ଟେଲିଭିଜନରେ ଦେଖିଥିଲେ। ଆଉ ପଦକ ଜିତିବା ଖୁସିରେ ଝୁମି ଉଠିଥିଲେ ସମସ୍ତେ। ମୀରାବାଇଙ୍କ ଏହି ସଫଳତା ପଛରେ ପରିବାର ତ୍ୟାଗ ମଧ୍ୟ କିଛି କମ ନୁହେଁ। ତାଙ୍କ ମା’ଙ୍କ କହିବା ଅନୁସାରେ ମୀରା ରିଓ ଅଲିମ୍ପିକ୍ସ ବିଫଳତା ପରେ ଏତେ ଭାଙ୍ଗି ପଡିଥିଲେ ଯେ ଖେଳ ଛାଡିଦେବାକୁ ମନସ୍ଥିର କରିଥିଲେ। ତେବେ ପରେ ସେ ନିଜକୁ ମାନସିକ ସ୍ତରରେ ଦୃଢ କରିପାରିଥିଲେ। ଏପରିକି ଦିଲ୍ଲୀରେ ଟ୍ରେନିଂ ଯୋଗୁ ଗତ ୫ ବର୍ଷ ଭିତରେ କେବଳ ୫ ଥର ଘରକୁ ଯାଇଥିବା କଥା ମୀରା କହିଛନ୍ତି । ଟୋକିଓରେ ପଦକ ଜିତିବ ପରେ ଭର୍ଚୁଆଲରେ ହୋଇଥିବା ସାମ୍ବଦିକ ସମିଲନୀରେ ମୀରା ନିଜ ସାକ୍ରିଫାଇସ ଷ୍ଟୋରୀ ମଧ୍ୟ ବଖାଣିଥିଲେ। ଏପରିକି ଶାରୀରିକ ସ୍ତରରେ ନିଜକୁ ଫିଟ ରଖିବା ପାଇଁ ଯେଉଁ ସବୁ ଖାଦ୍ୟ ଖାଇପାରିନଥିଲେ ଏବ ଘରକୁ ଯାଇ ସେସବୁକୁ ଉପଭୋଗ କରିବା ଇଚ୍ଛା ମଧ୍ୟ ଜାହିର କରିଥିଲେ। ଚାନ୍ଦି ଗର୍ଲ ଚାନୁଙ୍କ ଚମକ ପଛରେ ସଂଘର୍ଷର ଯେଉଁ କାହାଣୀ ରହିଛି ତାହା କେବଳ ଏବେ କ୍ରୀଡାବିତ କାହିଁକି, ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରେରଣା ପାଲଟିଛି।

2021 Tokyo Olympics Weightlifter Mirabai Chanu Chanu Saikhom Mirabai India News
Advertisment
Advertisment