• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ ।

  • ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ । ସେ ଆହୁରି କହିଛନ୍ତି ଯେ ଆମର ସାଧୁସନ୍ଥମାନେ ସମଗ୍ର ବିଶ୍ୱକୁ ସେମାନଙ୍କ ପରିବାର ଭାବରେ ବିବେଚନା କରିଥାନ୍ତି । ତେଣୁ ରାମ ମନ୍ଦିର ର୍ନିମାଣ ପାଇଁ ବିଶ୍ୱର ସମସ୍ତ ଦେଶରୁ ଜଳ ଆସିବା ଉଚିତ୍ ବୋଲି ସେ କହିଛନ୍ତି । 

ସେପଟେ ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି । ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ । ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ୪୦ ଫୁଟ ଗଭୀର ପର୍ଯ୍ୟନ୍ତ କେବଳ ବାଲି ରହିଥିଲା ।

ଏଥିଯୋଗୁଁ ମୂଳଦୂଆ ମଜବୁତ କରିବା ପାଇଁ ୧୨ରୁ୧୪ମିଟର ମୋଟେଇର କଂକ୍ରିଟ ଚଟାଣ ତିଆରି କରାଯାଇଛି । ୪୮ ଲେୟାରରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ ୨୦୧୯ରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି । ସମୁଦ୍ର ବା ନଦୀରେ ନିର୍ମାଣ କାର୍ଯ୍ୟବେଳେ ଯେପରି ପିଲର ଗଠନ କରାଯାଏ ସେହିପରି ପିଲର କରି କାମ ଆରମ୍ଭ କରାଯିବାର ଯୋଜନା ଥିଲା । ହେଲେ ୬ଟି ପିଲରର ବୋର କରି ମନ୍ଦିର ଓଜନର ରଖାଯିବାରୁ ତାହା କେବଳ ହଲି ଯାଇ ନ ଥିଲା ବରଂ ନିଜ ଜାଗାରୁ ଖସି ଯାଇଥିଲା । ପରେ ଏହାର ତଳେ ବାଲି ଥିବା ଜଣାପଡ଼ିଥିଲା । 

ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବା ପରେ ଏବେ ଫାଉଣ୍ଡେସନ କାମ ଆରମ୍ଭ ହେବ । ତିନି ମହଲା ବିଶିଷ୍ଟ ଏହି ମନ୍ଦିରର ପ୍ରଥମ ମହଲା ନିର୍ମାଣ ହେବା ପରେ ପୂଜା, ଦର୍ଶନ ଆରମ୍ଭ ହୋଇଯିବ । ଯେଉଁ ଜାଗାରେ ଗର୍ଭଗୃହ ରହିଛି ସେଠାରେ ସବୁଜ ପତାକା ଲଗାଯାଇଛି ।