Advertisment

ଗୀତ ଗାଇ ଚର୍ଚ୍ଚାରେ କଂଗ୍ରେସ ନେତା ଶଶୀ ଥରୁର

ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍‌। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।

author-image
Sarbeswar
ଶଶି ଥରୁରଙ୍କ ନାଁରେ ଗିରଫ ପରୱାନା

Shashi Tharoor at Parliament

ନୂଆଦିଲ୍ଲୀ: ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍‌। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଗୀତ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଶଶୀ ଏକ ବଲିଉଡ଼୍‌ର ଏକ ଗୀତ ଗାଉଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟିର ମୁଖ୍ୟ ଶ୍ରୀ ତରୁଣ ଶ୍ରୀନଗର ଗସ୍ତରେ ଆସି ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।

Advertisment

"ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଇଁ ଡୋର୍ଡାର୍ଶନ୍ ଶ୍ରୀନଗରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ, ମୁଁ ସଦସ୍ୟମାନଙ୍କ ପାଇଁ ଗୀତ ଗାଇବାକୁ ପ୍ରବର୍ତ୍ତିତ ହେଲି ବୋଲି ସେ ଭିଡିଓ କ୍ୟାପସନ୍ ଲେଖିଛନ୍ତି । ୧୯୭୪ ଚଳଚ୍ଚିତ୍ର ଅଜନାବିରୁ ଏକ ବଲିଉଡ କ୍ଲାସିକ୍ - ଏକ ଅଜନାବି ହସିନା ସେ - ଚୟନ କରିଥିଲେ। ଆଉ ଗୀତ ଗାଇବା ପରେ ଦର୍ଶକମାନେ ମଧ୍ୟ ଶ୍ରୀ ଥରୁରଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ତେବେ ଥରୁରଙ୍କ ଗୀତ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment
Congress Shashi Tharoor Politics
Advertisment
Advertisment