Advertisment

ରିଅଲ ନୁହେଁ, ରିଲ୍ ଲାଇଫରେ ଆସୁଛନ୍ତି ପିଏମ୍‌ ମୋଦି

ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦର ଅନ୍ତ ଘଟିବାକୁ ଯାଉଛି। ଆଜି ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି। ଦେଖନ୍ତୁ, ରିଲ୍ ଲାଇଫରେ କେମିତି ଦିଶୁଛନ୍ତି ପିଏମ୍‌ ମୋଦି

author-image
Pallipuspa Samal
ଅଦ୍ୟତନ ହୋଇଛି
Movie PM Narendra Modi

Movie PM Narendra Modi

ନୂଆଦିଲ୍ଲୀ: ଆଜି ଆସୁଛନ୍ତି ପିଏମ୍‌। ଗୋଟିଏ ଦିନରେ ସାରା ଦେଶରେ ନଜର ଆସିବେ ମୋଦି। କହିବେ ନିଜ ଜୀବନ କାହାଣୀ। ଷ୍ଟେସନରେ ଚା ବିକ୍ରି କରିବାଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ କଥା ବଖାଣିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ରିଅଲ ନୁହେଁ, ରିଲ୍ ଲାଇଫରେ ଆସୁଛନ୍ତି ପିଏମ୍‌ ମୋଦି। ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି। ଆଜି ସାରା ଭାରତରେ ଏମ୍‌ଏକ୍ସ ପ୍ଲେୟରରେ ଏହା ରିଲିଜ୍‌ ହେବାର ରହିଛି।

Advertisment

ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ଡିଜିଟାଲ ରିଲିଜ୍‌ ଆଜି ହେବାକୁ ଯାଉଛି। ତେବେ ରିଲିଜ୍‌ ପୂର୍ବରୁ ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସି ସାରିଛି। ଉମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ସନ୍ଦିପ୍ ସିଂଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ମୋଦି ଫିଲ୍ମରେ ବିବେକଙ୍କ ବ୍ୟତୀତ ମନୋଜ ଯୋଶୀ, ବରଖା ବିଷ୍ଟ, ଜରୀନା ବହାବ ଓ ବୋମନ ଇରାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସବୁଠାରୁ ବଡ କଥା ଫିଲ୍ମର ସମସ୍ତ ଦୃଶ୍ୟ ଗୁଜରାଟରେ ସୁଟିଂ ହୋଇଥିବା କୁହାଯାଉଛି।

Advertisment

ତେବେ ‘ପିଏମ୍‌ ନରେନ୍ଦ୍ର ମୋଦି’ ରିଲିଜ୍‌ ପୂର୍ବରୁ ଏକଦମ୍ ଏକସାଇଟ ଅଛନ୍ତି ବିବେକ ଓବରୟ। ପ୍ରଧାନମନ୍ତ୍ରୀଙ୍କୁ ସେ ଖୁବ୍‌ ସମ୍ମାନ ଦିଅନ୍ତି। ତାଙ୍କ କାହାଣୀକୁ ଦୁନିଆ ସାମ୍ନାରେ ଆଣିବାର ସୁଯୋଗ ପାଇଥିବାରୁ ଏହା ସମ୍ମାନର କଥା ବୋଲି କହିଛନ୍ତି ବିବେକ।

‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମଟି ମୋଦିଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଟ୍ରେଲରକୁ ଲୋକମାନେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମିକୁ ଫୁଲ ଏନଜୟେ କରିବେ ବୋଲି ଆଶା କରାଯାଉଛି।

New Delhi Movie PM Narendra Modi
Advertisment
Advertisment