Advertisment

ରେକର୍ଡ ଭାଙ୍ଗିଲା ଟିକାକରଣ : ଦିନକରେ ୧ କୋଟି ୧୬ ଲକ୍ଷରୁ ଅଧିକ

ଭାରତରେ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋଭିଡ -୧୯ ଟିକାକରଣ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦେଶରେ ୧ କୋଟି ୧୬ ଲକ୍ଷ ୭୫ ହଜାର ୫୫୨ଟିକା ଦିଆଯାଇଛି, ଯାହା ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବାଧିକ ସଂଖ୍ୟା । ପ୍ରକାଶଥାଉ ଯେ ଗତ ୫ ଦିନରେ ଏହା ଦ୍ୱିତୀୟ ଥର ଘଟିଛି ଯେତେବେଳେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକା ଦିଆଯାଇଛି।

author-image
Pramod Behera
Corona Vaccination

Corona Vaccination

ନୂଆଦିଲ୍ଲୀ : ଭାରତରେ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋଭିଡ -୧୯ ଟିକାକରଣ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦେଶରେ ୧ କୋଟି ୧୬ ଲକ୍ଷ ୭୫ ହଜାର ୫୫୨ଟିକା ଦିଆଯାଇଛି, ଯାହା ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବାଧିକ ସଂଖ୍ୟା । ପ୍ରକାଶଥାଉ ଯେ ଗତ ୫ ଦିନରେ ଏହା ଦ୍ୱିତୀୟ ଥର ଘଟିଛି ଯେତେବେଳେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକା ଦିଆଯାଇଛି। ଏହାପୂର୍ବରୁ ଅଗଷ୍ଟ ୨୭ରେ ୧ କୋଟି ୩ ଲକ୍ଷ ୩୫ ହଜାର ୨୯୦ ଟିକା ଦିଆଯାଇଥିଲା। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଦେଶରେ ମୋଟ ୬୪.୦୫ କୋଟି ଆଣ୍ଟିକୋଭିଡ -୧୯ ଟିକା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ, ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୩୦,୯୪୧ ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ଭାଇରସଜନିତ ସଂକ୍ରମିତ ୩,୨୭,୬୮,୮୮୦କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୭୦,୬୪୦ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସଂକ୍ରମଣ ହେତୁ ୩୫୦ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୪,୩୮,୫୬୦କୁ ବୃଦ୍ଧି ପାଇଛି।

Advertisment

ବର୍ତ୍ତମାନ ଦେଶରେ କରୋନା ଭାଇରସ ସଂକ୍ରମଣରେ ୩,୭୦,୬୪୦ ଲୋକ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ମାମଲାର ୧.୧୩ ପ୍ରତିଶତ। ରୋଗୀଙ୍କ ସୁସ୍ଥ ହାର ହେଉଛି ୯୭.୫୩ ପ୍ରତିଶତ। ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ୍-୧୯ର ସମୁଦାୟ ୫୨,୧୫,୪୧,୦୯୮ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ କେବଳ ସୋମବାର ୧୩,୯୪,୫୭୩ ନମୁନା ପରୀକ୍ଷା କରାଯାଇଛି।

ଦୈନିକ ସଂକ୍ରମଣ ହାର ହେଉଛି ୨.୨୨ ପ୍ରତିଶତ। ଏଥି ସହିତ, ସାପ୍ତାହିକ ସଂକ୍ରମଣ ହାର ହେଉଛି ୨.୫୧ ପ୍ରତିଶତ, ଯାହା ଗତ ୬୭ ଦିନ ମଧ୍ୟରେ ତିନି ପ୍ରତିଶତରୁ କମ୍। ଦେଶରେ ବର୍ତ୍ତମାନ ସୁଦ୍ଧା ୩,୧୯,୫୯,୬୮୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ -୧୯ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି।

COVID-19 Vaccine New Delhi
Advertisment
Advertisment