Otv Khabar Bureau

ନୂଆଦିଲ୍ଲୀ: ଦେବଭୂମିରେ ବାଦଲ ଫଟା ବର୍ଷା । ଏଯାଏଁ ଗଲାଣି ୪୬ ଜଣଙ୍କ ଜୀବନ । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା ଜାରି ରହିଛି । ମେସିନ ସାହାଯ୍ୟରେ ନୈନିତାଲ ଜିଲ୍ଲାର ଜେଓଲିକୋଟ ରାସ୍ତାକୁ ସଫା କରାଯାଉଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ପଥରକୁ ଭାଙ୍ଗି ସଫା କରାଯାଉଛି । ଏହାସହ ନୈନିତାଲ-କାଲାଢୁଙ୍ଗି ରାସ୍ତାକୁ ମଧ୍ୟ ସଫା କରି ଯାତାୟାତକୁ ସ୍ୱାଭାବିକ କରାଯାଇଛି ବୋଲି ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ଉଦ୍ଧାମନଗର ଜିଲ୍ଲା ରୁଦ୍ରପୁରର ଜନବସତି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏସଡିଆରଏଫ୍ କମାଣ୍ଡାଣ୍ଟ ନବନୀତ ସିଂହ ନିଜେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂଧ୍ୟାରେ ଉତ୍ତରାଖଣ୍ଡ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିବେ । ଏହାସହ ଅମିତଶାହା ଆସନ୍ତକାଲି ଆକାଶ ମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ଦେଖିବେ । ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ ଶାହ ।

ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନିତାଲ ଜିଲ୍ଲା । କେବଳ ନୈନିତାଲରେ ୨୫ରୁ ଅଧିକ ଜଣ ପ୍ରାଣ ହରାଇଥିବା ଡିଜିପି ସୂଚନା ଦେଇଛନ୍ତି । ବର୍ଷା ଓ ବନ୍ୟାରେ ଏବେ ବି ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଘର ହରାଇଥିବା ପରିବାରକୁ ୧ ଲକ୍ଷ ୯୦ ହଜାର ଟଙ୍କାର ଅନୁକଂପାମୂଳକ ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଇଛି । ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୨ ଏବଂ ୨୩ ତାରିଖରେ ବି ଉତ୍ତର ଭାରତର ଅନ୍ୟ ରାଜ୍ୟ ଲାଗି ଭାରି ବର୍ଷାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Other Stories

  • Aryan Khan
    National ଆର୍ୟନଙ୍କୁ ମିଳିଲାନି ଜାମିନ

    ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନକୁ ଖାରଜ କଲା ମୁମ୍ବାଇ ଏନ୍‌ଡିପିଏସ କୋର୍ଟ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏନଡିପିଏସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।...

  • Corona
    National ଦେଶରେ ତଳମୁହାଁ କରୋନା ଗ୍ରାଫ୍‌, ୨୪ ଘଂଟାରେ ୧୪ ହଜାର ସଂକ୍ରମିତ ଚିହ୍ନଟ

    ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୪,୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମହମାରୀ ୧୯୭ ଜଣଙ୍କ ପ୍ରାଣ ନେଇଛି। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ...

  • Priyanka Gandhi's Education Qualification
    National ପ୍ରିୟଙ୍କା ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା

    କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ?

  • Doklam
    National ଡ୍ରାଗନ୍ ନଜରରେ ଡୋକଲାମ୍‌

    ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି...