Advertisment

ପ୍ରଳୟଙ୍କାରୀ ବର୍ଷା : ୪୨ ଜଣଙ୍କ ନେଲାଣି ପ୍ରାଣ

କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ବାରବାଙ୍କିରେ ବର୍ଷା ଥମିବାକୁ ନାଁ ନେଉନାହିଁ। ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। ତେବେ ଅନେକ ସ୍ଥାନରେ କଚ୍ଚାକାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲାଣି।

author-image
Sarbeswar
UP Rain

UP Rain

ଲକ୍ଷ୍ନୌ: ଗତ ୪୮ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବର୍ଷାରେ ଘଟୁଥିବା ଦୁର୍ଘଟଣା କାରଣରୁ ଲୋକେ ଅଧିକ ଆତଙ୍କିତ ହୋଇ ପଡିଛନ୍ତି। ସୂଚନା ମୁତାବକ ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ବାର ବାଙ୍କିରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବରିଷ୍ଠ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ବାରବାଙ୍କିରେ ବର୍ଷା ଥମିବାକୁ ନାଁ ନେଉନାହିଁ। ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। ତେବେ ଅନେକ ସ୍ଥାନରେ କଚ୍ଚାକାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲାଣି।

କେବଳ ବାରବାଙ୍କିରେ ନୁହେଁ ବରଂ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରୟାଗରାଜରେ ୬ ଜଣ, ଫତେହପୁର ଏବଂ ବୃନ୍ଦାରେ ୫ ଜଣ, ଜୋନପୁରରେ ୪ ଜଣ, ରାୟବରେଲିରେ ୩ ଜଣ, ପ୍ରତାପଗଡ଼ରେ ଆମେଥୀ ଏବଂ ସୁଲତାନପୁରରେ ଦୁଇ ଜଣ ଏବଂ କୌଶାମ୍ବୀରେ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ୟୁପିରେ ସେପ୍ଟେମ୍ବର ୧ ରୁ ସ୍କୁଲ ଗୁଡିକ କୋଭିଡ କଟକଣା ଅନୁଯାୟୀ ଖୋଲା ଯାଇଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ୟୁପିରେ ଦୁଇ ଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। ଲକ୍ଷ୍ନୌ, କାନପୁର, ବାରବାଙ୍କି, ସୁଲତାନପୁର, ସୀତାପୁର, ଅଯୋଧ୍ୟା, ବାରାଣାସୀ, ଗୋରଖପୁର, ପ୍ରୟାଗରାଜ, ସାହାରନପୁର, ମୋରାଡାବାଦ, ସମ୍ବଲ, ବିଜନୋର ଏବଂ ଆମ୍ରୋହା ସହିତ ୩୦ ଟି ଜିଲ୍ଲାରେ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତରପ୍ରଦେଶ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏବେ ଚିନ୍ତାରେ ଲୋକେ। ବର୍ଷାରେ ୟୁପି ସ୍ଥିତି ଗମ୍ଭୀର ହୋଇ ପଡ଼ିଛି। ବିଦ୍ୟୁତ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଖୁବଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ବୋଲି ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Heavy Rainfall UP India
Advertisment
Advertisment