Advertisment

ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

କେନ୍ଦ୍ର ମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଇଜିରାଏଲ କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି।

author-image
Minati Mishra
ଅଦ୍ୟତନ ହୋଇଛି
ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

spyware pegasus

ନୂଆଦିଲ୍ଲୀ: ଦୁଇ କେନ୍ଦ୍ରମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି  ଏଥିସହ ୩୦୦ରୁ ଅଧିକ ବ୍ୟବସାୟୀ, ସରକାରୀ ଅଧିକାରୀ, ବୈଜ୍ଞାନିକ, ସାମାଜିକ କର୍ମୀଙ୍କ ଫୋନ ନମ୍ବର ହ୍ୟାକ୍ ହୋଇଥିବା ସୂଚନା ମିଳିଛି।  ୨୦୧୮ରୁ ୧୯ ମଧ୍ୟରେ ଏହି ନମ୍ବର ଗୁଡିକୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ସବୁ ନମ୍ବରଗୁଡିକୁ ହ୍ୟାକ୍ କରାଯାଇଥିବା ସମ୍ପର୍କରେ ପ୍ରମାଣ ମିଳିନାହିଁ।

Advertisment

ନମ୍ବର ଗୁଡିକୁ ହ୍ୟାକ୍ କରିବା ପାଇଁ ଇସ୍ରାଏଲି ପେଗାସସ୍ ସ୍ପାଏୱେରର ସହାୟତା ନିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ପେଗାସସ୍ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।    ଖୁବଶୀଘ୍ର ଏହା ବିରୋଧରେ ମାନହାନୀ ମକଦ୍ଦମା କରାଯିବ ବୋଲି ଇସ୍ରାଏଲ କଂପାନୀ ପକ୍ଷରୁ କୁହାଯାଇଛି। 

ସୂଚନାଥାଉ କି, ନ୍ୟୁଜ ୱେବସାଇଟ୍‌ ଦ ଓୟାର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା, ପେଗାସସ୍‌ ସପ୍ଟଓୟାର ବ୍ୟବହାର କରୁଥିବା ଏକ ଅଜ୍ଞାତ ଏଜେନ୍ସିର ହ୍ୟାକିଂ ଲିଷ୍ଟରେ ଭାରତୀୟ ସାମ୍ବାଦିକଙ୍କ ନମ୍ବର ମିଳିଛି। ଏହି ସପ୍ଟଓୟାର ଇଜିରାଏଲ କମ୍ପାନୀ NSO ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଦୃଢ ଭାବେ କୁହାଯାଇଛି।

Advertisment

ଆଇଟି ମନ୍ତ୍ରାଳୟ ସୂତ୍ରରୁ କୁହାଯାଇଛି, ‘ଆମର ଡରିବାର କୌଣସି କାରଣ ନାହିଁ ଏବଂ ସରକାରଙ୍କ ପାଖରେ ଲୁଚାଇବାର କିଛି ଜିନିଷ ନାହିଁ। ଆମେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବୁ। ନ୍ୟୁଜ ରିପୋର୍ଟରୁ କିଛି ପ୍ରମାଣିତ ହୋଇ ପାରିବ ନାହିଁ। ବାସ୍ତବ କଥା ହେଲା, ପେଗାସସ୍‌କୁ ସରକାରଙ୍କ ସହ ଯୋଡ଼ିବା ପାଇଁ ପୂର୍ବରୁ ହୋଇଥିବା ସବୁ ପ୍ରକାର ଉଦ୍ୟମକୁ ଆମେ ବିଫଳ କରିବାରେ ସଫଳ ହୋଇଛୁ ବୋଲି ମନ୍ତ୍ରାଳୟ ସୂତ୍ରରୁ କୁହାଯାଇଛି। 

ଏଠି କହି ରଖିବୁ, ଭାରତୀୟ ମନ୍ତ୍ରୀ, ବିପକ୍ଷ ନେତା ଏବଂ ପତ୍ରକାରଙ୍କ ଫୋନ ନମ୍ବର ଏହି ଲିକ୍‌ ଡାଟାବେସ୍‌ରେ ମିଳିଛି। ଏହାକୁ ଇଜରାଏଲ ସ୍ପାଇଓୟାର ପେଗାସସ୍‌ ଦ୍ୱାରା ଏହାକୁ ହ୍ୟାକ୍‌ କରାଯାଇଛି। ଦ ଓୟାର ସହ ୧୬ଟି ମିଡିଆ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଏହି ତଥ୍ୟା ସାମ୍ନାକୁ ଆସିଛି।
ରବିବାର ସନ୍ଧ୍ୟାରେ ପ୍ରକାଶିତ ଏହି ଖବରରେ କୁହାଯାଇଛି, ଲିଗାଲ କମ୍ୟୁନିଟି ମେମ୍ବର୍ସ, ବ୍ୟବସାୟୀ, ସରକାରୀ ଅଧିକାରୀ, ବୈଜ୍ଞାନିକ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟମାନଙ୍କ ନମ୍ବର ଏହି ତାଲିକାରେ ରହିଛି। ଏହି ତାଲିକାରେ ୩୦୦ରୁ ଅଧିକ ଭାରତୀୟ ମୋବାଇଲ ନମ୍ବର ରହିଛି। ଏଥିସହିତ ହିନ୍ଦୁସ୍ଥାନ ଟାଇମ୍ସ, ଇଣ୍ଡିଆ ଟୁଡେ, ନେଟୱାର୍କ ୧୮, ଦ ହିନ୍ଦୁ ବଂ ଇଣ୍ଡିଆନ ଏକ୍ସପ୍ରେସ ସହିତ ବଡ ବଡ ମିଡିଆ ସଂସ୍ଥାର ବଡ ବଡ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଇଛି। 
ଦ ଓୟାରର ତଥ୍ୟ ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୧୮ ଏବଂ ୨୦୧୯ ମଧ୍ୟରେ ଅଧିକ ଭାରତୀୟଙ୍କୁ ଟାର୍ଗେଟ କରାଯାଇଥିଲା। ତେବେ ଇଜରାଏଲ କମ୍ପାନୀ NSO ଗ୍ରୁପ ପକ୍ଷରୁ ଦାବି କରାଯାଇଛି, ପେଗାସସ୍‌ ସପ୍ଟଓୟାର ଭଲ ଭାବେ ଯାଞ୍ଚ କରୁଥିବା ସରକାରଙ୍କୁ ହିଁ ପ୍ରଦାନ କରାଯାଇଥାଏ।

Phone Hacking Spyware Pegasus
Advertisment
Advertisment