Advertisment

କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

author-image
Sarbeswar
ଠକେଇ ମାମଲାରେ ନିରଞ୍ଜନ ପଟ୍ଟନାୟକଙ୍କୁ ନୋଟିସ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ

dharmendra pradhan

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲା ବିଜେପି ଶୀର୍ଷ ନେତୃତ୍ୱ। କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଥିବା ନେଇ ସୂଚନା ମିଳିଛି। ତେବେ ଖୁବଶୀଘ୍ର ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସିଂହ ବେଙ୍ଗୁଲୁରୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

Advertisment

ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହୋଇପାରେ। କିନ୍ତୁ ବର୍ତ୍ତମାନ ସମୟରେ ୟେଦ୍ୟୁରପ୍ପା କାମଚଳ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଏମିତିରେ ୩ ଜଣଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଦଳୀୟ ମୁଖ୍ୟପାତ୍ର କହିଛନ୍ତି, ଦଳମତ ନିର୍ବିଶେଷରେ ଆମେ ମୁଖ୍ୟମନ୍ତ୍ରୀ କରିବୁ। ଆଗାମୀ ଦିନରେ ସାଧାରଣ ନିର୍ବାଚନ ହେବ ତେଣୁ ସ୍ଥିତି ଓ ପରିସ୍ଥିତିକୁ ଦେଖି ଆମେ ମୁଖ୍ୟମନ୍ତ୍ରୀ ଚୟନ କରିବୁ। ଦଳ ମଧ୍ୟରେ ସମସ୍ତେ ଶାନ୍ତି ଶୃଙ୍ଖଳା ଓ ନିୟମ ମାନି କାର୍ଯ୍ୟ କରୁଛନ୍ତି। ଦଳରେ କୌଣସି ବିଶୃଙ୍ଖଳା ନାହିଁ ବୋଲି ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

Advertisment

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ରାଜଭବନରେ ହଲଚଲ୍ ଆରମ୍ଭ ହୋଇଛି । ବି.ଏସ୍ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ରାଜ ଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଛନ୍ତି, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ । ତେବେ ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦ୍ୟୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଲୋକ ତଥା ରାଜ୍ୟର ବିକାଶ ପାଇଁ ସେ କରିଥିବା କାମ ତାଙ୍କୁ ସନ୍ତୁଷ୍ଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ କହିଥିଲେ।

Karnataka BJP Dharmendra Pradhan Politics
Advertisment
Advertisment