Advertisment

୧୯୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସିକ ଦରମା ୧ଲକ୍ଷ ୪୨ ହଜାର

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଅଫିସିଆଲ୍ ୱେବସାଇଟ୍ ukpsc.gov.in ମାଧ୍ୟମରେ ଆବେଦନ କରିପାରିବେ

author-image
Sarbeswar
ଅଦ୍ୟତନ ହୋଇଛି
‘ସରକାରୀ ଚାକିରି ଉପରେ ଆଶା ରଖନ୍ତୁନି, ବନ୍ଦ ହେବ ୪୦୦ ସରକାରୀ ବିଭାଗ’

job

ଡେରାଡୁନ୍‌: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଅଫିସିଆଲ୍ ୱେବସାଇଟ୍ ukpsc.gov.in ମାଧ୍ୟମରେ ଆବେଦନ କରିପାରିବେ | UKPSC ୨୦୨୧ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୯ ରହିଥିବା ନେଇ ସୂଚନା ମିଳିଛି। ତେବେ ଏହି ନିଯୁକ୍ତି ମାଧ୍ୟମରେ ୧୯୦ ଟି ପଦ ପୂରଣ ହେବ ବୋଲି ସୂଚନା ମିଳିଛି। ପଦବୀ ମଧ୍ୟରୁ ୩୫ ଟି ପଦବୀ ତହସିଲଦାର, ୨୭ ଟି ଡେପୁଟି ଜେଲର, ଏହାସହ ଯୋଗାଣ ନିରୀକ୍ଷକଙ୍କ ପାଇଁ ୨୮, ମାର୍କେଟିଂ ଇନ୍ସପେକ୍ଟର ପାଇଁ ୫୦ , ଶ୍ରମ ନିୟୋଜନ ଅଧିକାରୀଙ୍କ ପାଇଁ ୯, ଏକ୍ସାଇଜ୍ ଇନ୍ସପେକ୍ଟର ପାଇଁ ୧୦ ଏବଂ ସିନିୟର ଇନ୍ସପେକ୍ଟର ପଦ ପାଇଁ ୨୩ ଏବଂ ସର୍କଲ ଇନ୍ସପେକ୍ଟରଙ୍କ ପାଇଁ ୪ ଟି ପଦ ଖାଲିଥିବା ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପଦବୀ ଅନୁଯାୟୀ ଦରମା ମଧ୍ୟ ସ୍ଥିର କରାଯାଇଛି। ୩୫ ତହସିଲଦାର ପଦ ପାଇଁ ପ୍ରାର୍ଥୀଙ୍କୁ ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପ୍ରଦାନ କରାଯିବ। ଏହାସହ ଡେପୁଟି ଜେଲର ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ସହ ଯୋଗାଣ ନିରୀକ୍ଷକ ପଦ ପାଇଁ ଦରମା ୩୫,୪୦୦ ରୁ ୧,୧୨,୪୦୦ ପର୍ଯ୍ୟନ୍ତ ଦିଆଯିବ। ଏହାସହ ମାର୍କେଟିଂ ଇନ୍ସପେକ୍ଟର ପଦ ପାଇଁ ପ୍ରାର୍ଥୀଙ୍କୁ ୩୫,୪୦୦ ରୁ ୧୧୨୪୦୦ ଟଙ୍କା ଦରମା ପ୍ରଦାନ କରାଯିବ।

Advertisment

ଏହାସହ ଶ୍ରମ ଏନଫୋର୍ସମେଣ୍ଟ ଅଫିସର ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ମାସିକ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ପାଇବେ। ସେହିପରି ଏକ୍ସାଇଜ୍ ଇନ୍ସପେକ୍ଟରଙ୍କ ପାଇଁ ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ଦରମା ଦିଆଯିବ। ଏହାସହ ଟ୍ୟାକ୍ସ ଅଫିସର ପଦ ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀ ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଇବେ ବୋଲି ଜଣାପଡ଼ିଛି। ଠିକ୍‌ ସେହିପରି ସିନିୟର ଡେଭଲପମେଣ୍ଟ ଇନ୍ସପେକ୍ଟରଙ୍କ ପାଇଁ ୩୫,୪୦୦ ରୁ୧,୧୨,୪୦୦ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି। ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ସରକାରଙ୍କ ପ କ୍ଷରୁ କୁହାଯାଇଛି।

Ukpsc JOB
Advertisment
Advertisment