Advertisment

ଶୁଣିଲାନି ବ୍ରିଟେନ, ଭାରତ ଦେଲା କଡ଼ା ଜବାବ

ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍‌ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।

author-image
Chandan Shishu
mandatory quarantine

mandatory quarantine

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକୁ ୟୁକେ ସ୍ୱୀକୃତି ପ୍ରଦାନ କରୁନଥିବାରୁ ଭାରତର କଡା ଜବାବ। ୟୁକେ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ୟୁକେରୁ ଆସୁଥିବା ସମସ୍ତଙ୍କ ପାଇଁ ୧୦ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ଭାରତର କୋଭିଡ୍ ସାର୍ଟିଫିକେଟକୁ ୟୁକେ ମାନୁ ନଥିବାରୁ ଏଭଳି ପଦକ୍ଷେପ ନେଇଛି ଭାରତ। ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରି ୟୁକେକୁ ପାଲଟା ଜବାବ ଦେଇଛି ଭାରତ। ଆସନ୍ତା ୪ରୁ ନିୟମ ଲାଗୁ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। 

Advertisment

ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ସେମାନେ ଟିକା ନେଇଥିଲେ ମଧ୍ୟ ନିୟମରେ କୌଣସି ପରିବର୍ତ୍ତନ ହେବନି। ଯାତ୍ରାର ୭୨ ଘଣ୍ଟା ପୂର୍ବରୁ, ଭାରତର ଏୟାରପୋର୍ଟରେ ପହଞ୍ଚିବା ପରେ ଓ ଭାରତରେ ରହିବାର ୮ମ ଦିନରେ ସମସ୍ତେ ଆରଟିପିସିଆର ଟେଷ୍ଟ କରିବାକୁ ବାଧ୍ୟ। ଏହାର ଅର୍ଥ ଜଣେ ବ୍ରିଟେନ ନାଗରିକଙ୍କୁ ୩ ଥର ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ।

ସେହିପରି ବ୍ରିଟେନ ନାଗରିକମାନେ ଭାରତକୁ ଆସିବା ପରେ ନିଜ ଘରେ କିମ୍ବା ନିଜ ଠିକଣାରେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ ବୋଲି କେନ୍ଦ୍ର ସରକାର ସଫାସଫା ଶୁଣାଇ ଦେଇଛନ୍ତି।

Advertisment

ଟିକାର ଡବଲ ଡୋଜ୍‌ ନେଇଥିବା ଆମେରିକା, ଇସ୍ରାଏଲ ଓ ଅଷ୍ଟ୍ରେଲିଆ ଭଳି ଦେଶର ଲୋକମାନେ ବ୍ରିଟେନ ଗଲେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ୟୁକେ ସରକାର କହିଛନ୍ତି। ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ। କିନ୍ତୁ ଭାରତ ପାଇଁ ବ୍ରିଟେନ ସରକାର ଅଲଗା ନିୟମ ପ୍ରଣୟନ କରିଛନ୍ତି।

ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍‌ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।

Quarentine Covid Guidelines India
Advertisment
Advertisment