• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଚର

  • ୨ ଆତଙ୍କବାଦୀ ନିପାତ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଚର । ଏନକାଉଣ୍ଡରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡିଛି । ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଗୋଟିଏ ଏନ୍‌କାଉଣ୍ଟର ଚାଲିଥିବା ବେଳେ ବାନ୍ଦିପୋରାରେ ଅନ୍ୟ ଏକ ସର୍ଚ ଅପରେସନ ଚାଲିଛିଥିବାର ସୂଚନା ମିଳିଛି ।

ଏନେଇ ଡିଜିପି ଦିଲବାଗ ସିଂହ କହିଛନ୍ତି, ବାନ୍ଦିପୁରରେ ନିହତ ହୋଇଥିବା ଆତଙ୍କବାଦୀ ହେଉଛନ୍ତି ଇମତିଆଜ ଅହମଦ ଦର୍ । ଗତ କିଛି ଦିନ ପୂର୍ବରୁ ସେ ଜଣେ ସାଧାରଣ ନାଗରିକକୁ ହତ୍ୟାକରିଥିଲା । ହତ୍ୟାକାଣ୍ଡ ପରଠାରୁ ହିଁ ସୁରକ୍ଷା କର୍ମୀମାନେ ଇମତିଆଜ ଉପରେ କଡା ନଜର ରଖିଥିଲେ । ଯାହାର ସୁଯୋଗ ପାଇ ଆଜି ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଗୁଳି ଚଳାଇଥିଲେ । ଗୁଳିବିନିମୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ,ଏନ୍‌କାଉଣ୍ଟର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନନ୍ତନାଗ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍‌ରୁ ପିସ୍ତଲ ଏବଂ ଗ୍ରେନେଡ ଉଦ୍ଧାର କରିଛନ୍ତି । ପୋଲିସ ଏବଂ ସୁପର ଫୋର୍ସ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।