Advertisment

କାଲିଠୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଦି

ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍‌ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।

author-image
Sarbeswar
undefined

Mamata Banerjee

କୋଲକାତା: ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍‌ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।

Advertisment

ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଦିଦି ହାରିବା ପରେ ଭବାନୀପୁର ଆସନରୁ ନାମାଙ୍କନ କରିବେ ଦିଦି। ସମ୍ବିଧାନର ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ସେହି ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦରୁ ନିର୍ବାଚିତ ହେବାର ଆବଶ୍ୟକତା ରହିଛି। ଯେହେତୁ ଦିଦି ପୂର୍ବରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି ତେଣୁ ଯେନତେନ ପ୍ରକାରରେ ଭବାନୀପୁର ଆସନରୁ ଦିଦିଙ୍କୁ ବିଜୟ ହେବା ଦରକାର। କେମିତି ନିର୍ବାଚନ ଜିତିବେ ଦିଦି ସେନେଇ ପୂରା ରଣନୀତି ପ୍ରସ୍ତୁତ ହୋଇଛି। ସୂଚନା ଅନୁସାରେ, ନାମାଙ୍କନ ଦାଖଲ ହେବା ପୂର୍ବରୁ ପ୍ରଚାର ମୈଦାନକୁ ଖୋଦ୍‌ ଓହ୍ଲାଇଛନ୍ତି ଦିଦି। ଟିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କାଲି ଅପରାହ୍ନ ୩ଟାରୁ ଭବାନୀପୁରରେ ଏକ ଦଳୀୟ ସଭାର ଆୟୋଜନ କରାଯାଇଛି ଆଉ ଏହି ସଭାରୁ ହିଁ ପ୍ରଚାର ଆରମ୍ଭ ହେବ ବୋଲି ଜଣାଯାଇଛି। ନିଜ ପଦ ବଜାୟ ରଖିବାକୁ ହେଲେ ଭବାନୀପୁର ଆସନରେ ଦିଦିଙ୍କୁ ବିଜୟ ହେବାର ପଡ଼ିବ।

Advertisment

ଟିଏମସିର ଶୋଭନଦେବ ଚାଟୋପାଧ୍ୟାୟ ଭବନପୁରରୁ ଜିତିଥିଲେ। ସେ କିନ୍ତୁ ଏଠାରୁ ଇସ୍ତଫା ଦେବା ପରେ ଏଠାରେ ଉପନିର୍ବାଚନ ହେଉଛି। ସେପ୍ଟେଟର ୩୦ରେ ଭବାନୀପୁର ସହ ମୁର୍ସିଦାବାଦ ଜିଲ୍ଲାର ଦୁଇଟି ଆସନ- ସାମସରଗଞ୍ଜ ଏବଂ ଜାଙ୍ଗିପୁରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ByElection Bhabainipur Kolkata
Advertisment
Advertisment