Advertisment

ମନେ ପଡ଼ନ୍ତି ବାପୁ...ଅହିଂସାର ପାଠ ପଢ଼ାଇଥିଲେ, ସ୍ୱାଧୀନତାର ରାସ୍ତା ଦେଖାଇଥିଲେ

ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gandhi Jayanti

Gandhi Jayanti

ନୂଆଦିଲ୍ଲୀ: ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।

Advertisment

ଅହିଂସାର ପାଠ ପଢ଼ାଇଥିଲେ, ସ୍ୱାଧୀନତାର ରାସ୍ତା ଦେଖାଇଥିଲେ। ଇଂରେଜ କବଳରୁ ସ୍ୱାଧୀନ ଭାରତ ପାଇଁ ଦେଶବାସୀଙ୍କ ମନ ଓ ପ୍ରାଣରେ ସଂଗ୍ରାମର ସ୍ୱର ଜାଗ୍ରତ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି ଆଉ ସମସ୍ତଙ୍କ ଆପଣା ବାପୁ। ମୋହନ ଦାସ କରମଚାନ୍ଦ ଗାନ୍ଧି ଅବା ସାରା ବିଶ୍ୱର ପ୍ରିୟ ମହାତ୍ମା ଗାନ୍ଧିଙ୍କ ଆଜି ଜନ୍ମ ଜୟନ୍ତୀ। ଆଜିର ଦିନରେ ମହାତ୍ମା ଗାନ୍ଧି ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।

ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍‌ ବିର୍ଲା ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ରାଜଘାଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଗାନ୍ଧିଙ୍କ ଜାବନ ଓ ଆଦର୍ଶ ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଯୋଗାଉ ଥିବ। କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା ପାଇଁ ଏହା ପ୍ରେରଣା ଦେଉ ଥିବ। ଗାନ୍ଧିଙ୍କ ଜାବନ ଓ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ଗାନ୍ଧି ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରିଛନ୍ତି। ବାଲିରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ର୍ନିମାଣ କରିବା ସହ ଗାନ୍ଧି ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା ଶିଳ୍ପୀ ମାନସଙ୍କ ୧୫ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ଏହା କରିବାକୁ ତାଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। 

ସେହିପରି ସମ୍ବଲପୁର ନିକଟ ଭତରାରେ ଥିବା ଗାନ୍ଧି ମନ୍ଦିରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଭୋରରୁ ମନ୍ଦିର ଖୋଲାଯାଇ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଆଳତି କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଗାନ୍ଧି ମନ୍ଦିରକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଥିଲେ। ଗାନ୍ଧିଙ୍କ ଅବଦାନ ଓ ବଳିଦାନକୁ ସମସ୍ତେ ମନେ ପକାଉଛନ୍ତି।

ପ୍ରାଥମିକ ଶିକ୍ଷା ପରେ ଇଂଲଣ୍ଡରୁ ଓକିଲାତି ପାସ୍ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ବର୍ଣ୍ଣ ବୈଷମ୍ୟ ତାଙ୍କ ଜୀବନରେ ଗଭୀର ଆଘାତ ଦେଇଥିଲା। ଭାରତ ଫେରି ଦେଶରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାକୁ ଦେଖି ଏହା ବିରୋଧରେ ଲଢ଼େଇ ପାଇଁ ସେ ଦେଶବାସୀଙ୍କୁ ଏକାଠି କରିଥିଲେ। ୧୯୨୦ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସାରା ଦେଶ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଲଢ଼ିଥିଲା। ସତ୍ୟ ଓ ଅହିଂସାର ପୂଜାରୀ, ଦିନ ଦୁର୍ବଳର ବନ୍ଧୁ, ସ୍ୱାଧୀନ ଭାରତର ସ୍ରଷ୍ଟା, ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀରେ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। 

Mahatma Gandhi PM Modi Gandhi Jayanti
Advertisment
Advertisment