• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗରତାଲା: ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି । ଏହି ଆକ୍ରମଣରେ ସୁସ୍ମିତାଙ୍କୁ ରାଜନୈତିକ ପ୍ରଚାରରେ ସହଯୋଗ କରୁଥିବା ଗୋଟିଏ ଘରୋଇ କମ୍ପାନୀର କିଛି କର୍ମଚାରୀ ଆହତ ହୋଇଛନ୍ତି । ଟିଏମସିର ଲୋଗୋ ଓ ଲାଉଡ ସ୍ପିକର ଲାଗିଥିବା ଏକ କାର ଦୁର୍ବୃତ୍ତଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ତ୍ରିପୁରାରେ ଟିଏମସିର ପ୍ରଚାର ଓ କାର୍ଯ୍ୟକ୍ରମ ଗୁଡ଼ିକର ତଦାରଖ କରୁଥିବା ସୁସ୍ମିତା ଏପରି ହମଲା ପଛରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି । ଆଜି ସୁସ୍ମିତା ଦେବ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟିର କର୍ମକର୍ତ୍ତାଙ୍କ ସହ ରହିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ସୁସ୍ମିତା ଦେବ ଓ ଦଳର ୧୦ ଜଣ କର୍ମକର୍ତ୍ତା ଯାଉଥିବା ବେଳେ ବିଜେପିର ଗୁଣ୍ଡାମାନେ ସେମାନଙ୍କୁ ଆକ୍ରମଣ କରିଥିବା ଟିଏମସି ପକ୍ଷରୁ କୁହାଯାଇଛି ।

ଆଜି ଦିନ ପ୍ରାୟ ସାଢେ ଗୋଟଏ ବେଳେ ଅମତାଲି ବଜାରରେ ଏପରି ଘଟଣା ଘଟିଛି । ଗୁଣ୍ଡାମାନେ କାର ଭାଙ୍ଗି ଥିବା ବେଳେ ମହିଳା କର୍ମୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି । ଆକ୍ରମଣକାରୀମାନେ ଟିଏମସି କର୍ମୀଙ୍କ ମୋବାଇଲ ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ୍ ତୁରନ୍ତ ଘଟଣାରେ ସାମିଲ ଲୋକଙ୍କୁ ଠାବ କରି ଦଣ୍ଡିତ କରୁ ବୋଲି ଦଳ ଦାବି କରିଛି । କିଛି ଦିନ ତଳେ କଂଗ୍ରେସ ଛାଡ଼ି ଟିଏମସିରେ ମିଶିଥିଲେ ସୁସ୍ମିତା । ଟିଏମ୍‌ସି ପକ୍ଷରୁ ସୁସ୍ମିତାଙ୍କୁ ତ୍ରିପୁରା ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।