• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାବୁଲର ଭାରତୀୟ ଦୂତାବାସରେ ମୁତୟନ ଥିଲେ ମାୟା, ବବି ଓ ରୁବି

  • ସନ୍ଧାନୀ କୁକୁରଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି

କାବୁଲ : ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି । ଏହାପରେ ସେମାନଙ୍କୁ ଆଇଟିବିପିର ଚାଓ୍ୱଲା କ୍ୟାମ୍ପକୁ ନିଆଯାଇଥିଲା ।

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ନିଜ ନିଜର ନାଗରିକଙ୍କୁ ଫେରାଇ ନେଇଛନ୍ତି ବିଭିନ୍ନ ଦେଶ । ଭାରତ ମଧ୍ୟ ନିଜର ନାଗରିକମାନଙ୍କୁ ଫେରାଇ ଆଣିଛି, ଏଥିସହ ଦୂତାବାସ କର୍ମଚାରୀଙ୍କୁ ମଧ୍ୟ ଫେରାଇ ଅଣାଯାଇଛି । ଏଭଳି ସ୍ଥିତିରେ ସେଠାରେ ନିୟୋଜିତ ଥିବା ଆଇଟିବିପିର ୩ଟି ସନ୍ଧାନୀ କୁକୁରଙ୍କୁ ମଧ୍ୟ ଭାରତ ଫେରାଇ ଅଣାଯାଇଛି ।

ମାୟା, ବବି ଓ ରୁବି କାବୁଲରେ ଥିବା ଭାରତୀୟ ଦୂତାବାସରେ ବମ୍ ଡିଟେକ୍ସନ ସ୍କ୍ୱାଡରେ ସାମିଲ ଥିଲେ । ସନ୍ଦେହ ଜନକ ସାମଗ୍ରୀ ଦେଖିଲେ ଏହି କୁକୁରମାନେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରୁଥିଲେ । ଏହି ୩ଟି କୁକୁର ବହୁଥର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରି ଭାରତୀୟ ଦୂତାବାସ କର୍ମଚାରୀ ତଥା ବହୁ ଆଫଗାନ୍ ନାଗରିକଙ୍କର ମଧ୍ୟ ଜୀବନ ବଞ୍ଚାଇଛନ୍ତି । ଆଫଗାନିସ୍ତାନରେ ମୁତୟନ ହେବା ପୂର୍ବରୁ ହରିୟାଣାର ପଞ୍ଚକୁଲାସ୍ଥିତ ଡଗ୍ ଟ୍ରେନିଂ ସ୍କୁଲରେ ସେମାନଙ୍କ ଟ୍ରେନିଂ ହୋଇଥିଲା ।

ମାୟା ଲାବ୍ରାଡୋର୍ ପ୍ରଜାତିର ହୋଇଥିବା ବେଳେ ବବି ଡୋବରମ୍ୟାନ୍ ଏବଂ ରୁବି ମାଲିନୋଇସ୍ ପ୍ରଜାତିର । ୨୦୦୮ରେ କାବୁଲ୍ ସ୍ଥିତ ଭାରତୀୟ ଦୂତାବାସରେ ଘଟିଥିଲା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ୫୮ ଜଣଙ୍କ ଜୀବନ ଯିବା ସହ ପ୍ରାୟ ଦେଢ଼ଶହ ଆହତ ହୋଇଥିଲେ । ଏହାପରେ ଦୂତାବାସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଥିଲା, ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ମାୟା, ବବି ଓ ରୁବି ଭଳି ଅନେକ ହିରୋ ଡଗ୍ ।