• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଗଡ : ପରିବାର ଉଜାଡ଼ି ଦେଲା ଦୁର୍ଘଟଣା । ପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଅଫେରା ଦୁନିଆକୁ ଚାଲିଗଲେ ଭାଇଭଉଣୀ । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାର ଖିଲଚିପୁରର ଶନି ମନ୍ଦିରରୁ ଫେରୁଥିବା ବେଳେ ଏକ ବାଇକ୍‌କୁ ଦ୍ରୁତ ଗତିରେ ଆସି ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚଳାଉଥିବା ଭାଇ ଗୁରୁତର ଆହତ ହୋଇଥିଲେ । ହେଲେ ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଶନି ଅମାବାସ୍ୟା ଅବସରରେ ତିନି ଭାଇଭଉଣୀ ଖିଲଚିପୁରରେ ଥିବା ପ୍ରସିଦ୍ଧ ଐତିହାସିକ ଶନି ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ । ଆଉ ଘରକୁ ଫେରୁଥିବା ସମୟରେ ଏନଏଚ୍ -୫୫ ନିକଟରେ ବାଇକକୁ ଧକ୍କା ଦେଇଥିଲା ଟ୍ରକ୍ । ଆଉ ଏହି ଦୁର୍ଘଟଣାରେ କମଲ (୨୧), ରେଖା (୧୯) ଏବଂ ନିଶା (୧୮) ଙ୍କ ମୃତ୍ୟୁ ଘଟିଛି । ମୋଟର ସାଇକେଲ ଚଳାଉଥିବା ଚଳାଉଥିବା କମଲ ସିଂ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ଖିଲଚିପୁର ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଆହତ ଯୁବକଙ୍କ ରାସ୍ତାରେ ପ୍ରାଣ ହରାଇଥିଲ । ଘଟଣା ପରେ ଟ୍ରକ ଡ୍ରାଇଭର ଟ୍ରକ ଛାଡି ପଳାଇ ଫେରାର ହୋଇଯାଇଛି । ତେବେ ଟ୍ରକର କ୍ଲିନର ଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ ।

ଶନିବାର ସନ୍ଧ୍ୟା ୬ଟାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତିନି ଜଣଙ୍କ ମୃତଦେହକୁ ଖିଲଚିପୁର ଡାକ୍ତରଖାନାକୁ ପଠାଇଥିଲା । ପୋଲିସ୍ ସୂଚନା ଅନୁସାରେ ମୃତକ କମଲ ସିଂ ଓ ମୃତକ ରେଖା ନିଜ ଭାଇଭଉଣୀ ଏବଂ ଅନ୍ୟ ମୃତକ ନିଶା କକା ଝିଅ ଭଉଣୀ । ତିନିଜଣ ବାରୁଖେଡି ଗାଁର ବାସିନ୍ଦା ଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ବର୍ତ୍ତମାନ ଟ୍ରକକୁ ଜବତ କରାଯାଇ ପୋଲିସ ଷ୍ଟେସନ ରଖାଯାଇଛି । ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

ତେବେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ପରେ ଆର୍ତ୍ମୀୟସ୍ୱଜନ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବାରୁଖେଡି ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ।