/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627630798.jpg)
Arjun Ram Meghwal
ଜୟପୁର: ଭାଙ୍ଗିଯିବ କି ରାଜସ୍ଥାନ ସରକାର? ଏମିତି କିଛି ଇସାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ରାଜସ୍ଥାନ ସରକାର ୨ କ୍ୟାମରେ ବିଭକ୍ତ ହୋଇଛି। ଆଉ ଏମିତି ହେବା ଦ୍ୱାରା ଲୋକମାନେ ହିଁ ହଇରାଣ ହେଉଛନ୍ତି। ସ୍ଥିତି ଏମିତି ହେଲାଣି ଯେ, ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ମୋଟ୍ ଉପରେ ଶାସନର ଧଜିଆ ଉଡାଉଛନ୍ତି ରାଜସ୍ଥାନ ସରକାର ବୋଲି ମେଘୱାଲ ଅଭିଯୋଗ କରିଛନ୍ତି।
Also Read
ସେପଟେ, ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍। ତେବେ ହଠାତ୍ ଏମିତି କାହିଁକି ବିଧାୟକ ଦଳ ବୈଠକ ଡ଼ାକିଲେ ଏବଂ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ, ଗେହେଲଟ୍-ପାଇଲଟ୍ଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ସ୍ଥିତି ଏମିତି ହେଲାଣି ଯେ, ଖୋଦ୍ କେନ୍ଦ୍ରୀୟ ନେତାମାନେ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ କୌଣସି ଲାଭ ମିଳିନାହିଁ।
ଆଉ ଚର୍ଚ୍ଚାରେ ରହିଥିବା କ୍ୟାବିନେଟ୍ ସମ୍ପ୍ରସାରଣ କେବେ ହେବ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଗଲାଣି। ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।
ସେ ଯାହା ବି ହେଉ ବାରମ୍ବାର ଆଲୋଚନା ପରେ ବି ଗେହେଲଟ୍-ସଚିନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହେଉନାହିଁ। କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଆଲୋଚନା ପରେ ବି ସ୍ୱାଭାବିକ ହେଉନାହିଁ ସ୍ଥିତି। ଆଉ ଏପରି ସମୟରେ ରାଜସ୍ଥାନ ସରକାରଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ବୟାନକୁ ନେଇ ମଧ୍ୟ ଜୋରସୋରରେ ଚର୍ଚ୍ଚା ଚାଲିଛି। କେହି କେହି କହୁଛନ୍ତି, ଖୁବଶୀଘ୍ର ଭାଙ୍ଗିପାରେ ରାଜସ୍ଥାନ ସରକାର।