• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆମେରିକାର ଚେତାବନୀ ସତ୍ତ୍ୱେ ଶୁଣିଲାନି ଭାରତ !

  • ଖୁବ୍‌ଶୀଘ୍ର ଦେଶକୁ ଆସିବ S-400 ମିଶାଇଲ ଡିଫେନ୍ସ ସିଷ୍ଟମ ।

  • S-400 ମିସାଇଲ ଡିଫେନ୍ସ ସିଷ୍ଟମ୍‌କୁ ସାରା ବିଶ୍ୱ ଶକ୍ତିଶାଳୀ ବୋଲି ସ୍ୱୀକାର କରିଛି ।

ନୂଆଦିଲ୍ଲୀ: ରୁଷର ଯେଉଁ S-400 ମିସାଇଲ ଡିଫେନ୍ସ ସିଷ୍ଟମ୍‌କୁ ସାରା ବିଶ୍ୱ ଶକ୍ତିଶାଳୀ ବୋଲି ସ୍ୱୀକାର କରିଥାଏ । ସେହି ଡିଫେନ୍ସ ସିଷ୍ଟମ ଏବେ ଭାରତକୁ ମିଳିବାକୁ ଯାଉଛି । ଋଷୀୟ କମ୍ପାନୀ ଆଲମାଜ୍‌-ଏଣ୍ଟ କହିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଭାରତକୁ ଯୋଗାଇଦେବ । ଏହି ମିସାଇଲ ସିଷ୍ଟମ ପୃଥିବୀ ପୃଷ୍ଟରୁ ଆକାଶରେ ବହୂ ଦୂରରେ ଥିବା ଟାର୍ଗେଟକୁ ଖସାଇବାରେ ସକ୍ଷମ ହେବ ।

ଅନ୍ତରାଷ୍ଟ୍ରୀୟ ସୈନ୍ୟ ଟେକ୍ନିକାଲ ଫୋରମ, ଆର୍ମି ୨୦୨୧କୁ ସମ୍ବୋଧିତ କରି ଅଲ୍‌ମାଜ୍‌-ଏଣ୍ଟର କାର୍ଯ୍ୟକାରୀ ଅଧିକାରୀ ବ୍ୟାଚେସ୍ଲାବ ଡିଜିରକଲନ କହିଛନ୍ତି ଯେ, ଆମେ ଚଳିତ ବର୍ଷର ଶେଷ ସୁଦ୍ଧା ଏହି ମିସାଇଲ ଡିଫେନ୍ସ ସିଷ୍ଟମ ଭାରତ ପାଇଁ ଉପଲବ୍ଧ କରିବାକୁ ପ୍ରସ୍ତୁତ ହୋଇସାରିଛୁ । ଏହାସହ ସେ କହିଛନ୍ତି ଯେ, ଭାରତୀୟ ସେନାକୁ S-400 ମିଶାଇଲ ଡିଫେନ୍ସ ସିଷ୍ଟମର ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଟ୍ରେନିଂ ତଥା ପୂର୍ବ ଅଭ୍ୟାସ ବି ଦିଆଯାଉଛି ।

ଟ୍ରେନିଂ ସମୟରେ ଉତ୍ତମ ପ୍ରଦର୍ଶନ

ବ୍ୟାଚେସ୍ଲାବ ଡିଜିରକଲନ ଆହୁରି କହିଛନ୍ତି ଯେ, ଭାରତ ପକ୍ଷରୁ ପଠାଯାଇଥିବା ପ୍ରଥମ ବ୍ୟାଚ୍‌ ବଶେଷଜ୍ଞ ଟିମ୍‌ ତାଲିମ ନେଇ ଫେରିସାରିଛନ୍ତି । ଏବେ ଦ୍ୱିତୀୟ ବ୍ୟାଚ୍‌କୁ ତାଲିମ ଦିଆଯାଉଛି । ଏହି ପ୍ରଶିକ୍ଷଣରେ କେତେ ଭାରତୀୟ ସୈନିକ ସାମିଲ ଅଛନ୍ତି, ସେନେଇ କୌଣସି ସୂଚନା ସେ ଦେଇନାହାନ୍ତି । କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ, ଯେତିକି ଜଣ ତାଲିମ ନେଇଛନ୍ତି S-400 ଚଳାଇବା ଯଥେଷ୍ଟ । ଭାରତର ପ୍ରଥମ ବ୍ୟାଚ୍‌ ଯେଉଁମାନେ ତାଲିମ ପାଇସାରିଛନ୍ତି, ସେମାନଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା ।

S-400 ମିଶାଇଲ ଡିଫେନ୍ସ ସିଷ୍ଟମର ୫ଟି ୟୁନିଟ୍ ନେବା ପାଇଁ ଭାରତ ୨୦୧୮ରେ ଋଷ ସହ ୫.୪୩ ବିଲିୟନ ଡଲରର ଚୁକ୍ତି କରିଥିଲା । ଏହି କ୍ରମରେ ଭାରତ ୨୦୧୯ରେ ଏହାର ପ୍ରଥମ କିସ୍ତି ରୂପେ ୮୦ କୋଟି ଡଲର ଦେଇସାରିଛି ।

S-400 ମିଶାଇଲ ଡିଫେନ୍ସ ସିଷ୍ଟମ ନକିଣିବାକୁ ଆମେରିକା ଦେଇଥିଲା ଚେତାବନୀ

ଋଷ୍‌ ସହ S-400 ମିଶାଇଲ ଡିଫେନ୍ସ ସିଷ୍ଟମ କିଣିବା ନେଇ ଚୁକ୍ତି ପୂର୍ବରୁ ଆମେରିକା ପକ୍ଷରୁ ଭାରତକୁ ଚେତାବନୀ ଦିଆଯାଇଥିଲା । ଆମେରିକା କହିଥିଲା ଯେ, ଯଦି ଭାରତ ଋଷଠାରୁ ଏହି  ଏହି S-400 ମିଶାଇଲ ଡିଫେନ୍ସ ସିଷ୍ଟମ କିଣୁଛି ତେବେ ଭାରତ ପାଇଁ ଆମେରିକା ପକ୍ଷରୁ ଅନେକ ପ୍ରତିବନ୍ଧକ ଲଗାଯିବ । ଆମେରିକାର ଏଭଳି ଧମକ ପରେ ମଧ୍ୟ ଭାରତ ଏହି ମିଶାଇଲକୁ କିଣିଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତରେ ସବୁବେଳେ ସ୍ୱତନ୍ତ୍ର ବିଦେଶ ନୀତି ରହିଆସିଛି । ଏଥିରେ କୌଣସି ପ୍ରକାରର ବୁଝାମଣା କରାଯାଇପାରିବ ନାହିଁ ।