Advertisment

ଘାଟିରେ ଅଶାନ୍ତି, ସୁରକ୍ଷା ବାହିନୀଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି ଆତଙ୍କୀ

ଘାଟିରେ ପୁଣି ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ବଢିବାରେ ଲାଗିଛି ଆତଙ୍କୀ ହମଲା। ହେଲେ ଏବେବି ଆତଙ୍କୀମାନେ ସେଠାରେ ଲୁଚି ରହିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।

author-image
Sarbeswar
jammu-and-kashmir-3-lashkar-e-taiba-trf-terrorists-killed-in-shopian-encounter

jammu-and-kashmir-

ଜାମ୍ମୁ: ଘାଟିରେ ପୁଣି ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ବଢିବାରେ ଲାଗିଛି ଆତଙ୍କୀ ହମଲା। ହେଲେ ଏବେବି ଆତଙ୍କୀମାନେ ସେଠାରେ ଲୁଚି ରହିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।

Advertisment

ପୁଣି ଅଶାନ୍ତ କାଶ୍ମୀର। ଘାଟିର ଉପତ୍ୟକାରେ ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ। ଗତ କିଛି ଦିନ ଭିତରେ ଆତଙ୍କୀ ଗୁଳିରେ ୭ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ, ଆଜି ୪ ଆତଙ୍କୀଙ୍କୁ ନିପାତ କରିଛନ୍ତି ଯବାନ। ସେହିପରି ଗତକାଲି ଜମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କୀଙ୍କ ଆକ୍ରମଣରେ ଜଣେ JCOଙ୍କ ସମେତ ୫ ଯବାନଙ୍କ ଜୀବନ ଯାଇଛି। ପୁଞ୍ଚର ସୁରାନକୋଟ୍ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀ ଅନୁପ୍ରବେଶ କରି ବିପୁଳ ଅସ୍ତ୍ରଶସ୍ତ୍ର ସହ ଛପି ରହିଥିବା ଖବର ମିଳିଥିଲା। ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ଏହି ସମୟରେ ଆତଙ୍କୀ ଆକ୍ରମଣ କରିବାରୁ ଦୀର୍ଘ ସମୟ ଧରି ଗୁଳି ବିନିୟମ ଚାଲିଥିଲା । ଏଥିରେ ଆହତମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନି।

Advertisment

ସେପଟେ ଆଜି ସକାଳେ ମଧ୍ୟ ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ। ଗତ ୫ ତାରିଖରେ ଏକ କ୍ୟାବ୍ ଡ୍ରାଇଭରକୁ ହତ୍ୟା କରିଥିବା ଏହି ଆତଙ୍କବାଦୀ ଇମତିଆଜ ଅହମ୍ମଦ ଦାର, ଲସ୍କର-ଇ-ତାଏବା ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍ର ସଦସ୍ୟ ବୋଲି ସୂଚନା ମିଳିଛି। ତାର ୪ ସାଥି ପୂର୍ବରୁ ଧରାପଡ଼ିଥିଲେ।

ତେବେ ବାରମ୍ବାର କାଶ୍ମୀରରେ ଯବାନଙ୍କୁ ଟାର୍ଗେଟ୍‌ କରାଯାଉଛି। ଯାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳ ଏକ ଜରୁରୀ ବୈଠକ ଡାକିବା ନେଇ ସୂଚନା ମିଳିଛି। ପୂର୍ବରୁ ଆତଙ୍କୀମାନେ କେବଳ ସୀମା ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍‌ କରୁଥିବା ବେଳେ ଏବେ ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି । ଯାହାକୁ ନେଇ ବେଶି ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଂଚଳର ଲୋକେ।

Encounter Terrorists Killed Jammu Kashmir
Advertisment
Advertisment