Advertisment

ମେଡ଼ିକାଲ କଲେଜ୍‌ରେ ଆକ୍ରମଣ କଲେ ଆତଙ୍କବାଦୀ

ମେଡ଼ିକାଲ କଲେଜ୍‌ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷାକର୍ମୀ

author-image
Sarbeswar
Jammu Kashmir

Jammu Kashmir

ଜାମ୍ମୁ: ଜାମ୍ମୁ କାଶ୍ମୀର ଶ୍ରୀନଗରର ସ୍କିମ୍ ମେଡିକାଲ କଲେଜ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି। ସେଠାରେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ ସୁରକ୍ଷାକର୍ମୀ ଏବଂ ପୂରା ଅଞ୍ଚଳକୁ ଘେରାଉ କରି ଅପରେସନ ଆରମ୍ଭ କରିଥିଲେ। ମେଡିକାଲ କଲେଜ, ହଷ୍ଟେଲ ଓ ହସ୍ପିଟାଲକୁ ପ୍ରଥମେ କର୍ଡନ ଅଫ୍ କରିଥିଲେ ସୁରକ୍ଷାକର୍ମୀ ।

Advertisment

ତା ପରେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ। ଉଭୟ ପକ୍ଷ ମଧ୍ୟରେ ବେଶ୍ କିଛି ସମୟ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସାଧାରଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ତେବେ ଆତଙ୍କବାଦୀମାନେ ଖସି ଯାଇଥିବାର ସୂଚନା ଦେଇଛି ଜାମ୍ମୁ କାଶ୍ମୀର ପୋଲିସ। ସାଧାରଣ ଲୋକ ଥିବାରୁ ସେମାନଙ୍କ ଭିତରେ ଲୁଚି ଆତଙ୍କବାଦୀମାନେ ଖସି ଯାଇଛନ୍ତି।

Advertisment

କିଛି ଦିନ ଆଗରୁ ଲଗାତର ଭାବେ ବେସାମରିକ ଲୋକଙ୍କୁ ଟାର୍ଗେଟ କରୁଥିଲେ ଆତଙ୍କବାଦୀ। ବିଶେଷ କରି କାଶ୍ମୀରକୁ କାମ କରି ଆସିଥିବା ବାହାର ରାଜ୍ୟର ଲୋକଙ୍କୁ ସେମାନେ ହତ୍ୟା କରୁଥିଲେ। ଏହା ପରେ କାଶ୍ମୀରକୁ ୫୦ କମ୍ପାନି ଅଧିକ ଫୋର୍ସ ପଠାଯାଇଥିଲା । କିନ୍ତୁ ଆଜି ପୁଣି ଥରେ ଆକ୍ରମଣକୁ ନେଇ ବେଶ୍‌ ଚିନ୍ତା ବଢିଛି।

Medical Colleage JammuKashmir
Advertisment
Advertisment