Advertisment

ବିଜେପି ଛାଡି ଟିଏମ୍‌ସି ମଙ୍ଗ ଧରିଲେ ତନ୍ମୟ ଘୋଷ

ପଶ୍ଚିମବଙ୍ଗରେ ରାଜନୈତିକ ପଟ୍ଟପରିବର୍ତ୍ତନର ଧାରା ଜାରି ରହିଛି । ଏହାରି ମଧ୍ୟରେ ବିଷ୍ଣୁପୁରରୁ ବିଜେପି ବିଧାୟକ ଥିବା ତନ୍ମୟ ଘୋଷ ବିଜେପି ଛାଡ଼ି ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଦଳ ଛାଡ଼ିବା ପରେ ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ତନ୍ମୟ । ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ପ୍ରତିଶୋଧ ପରାୟଣ ହୋଇ କାମ କରୁଛି ।

author-image
Pramod Behera
Tanmay Ghosh

Tanmay Ghosh

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୈତିକ ପଟ୍ଟପରିବର୍ତ୍ତନର ଧାରା ଜାରି ରହିଛି । ଏହାରି ମଧ୍ୟରେ ବିଷ୍ଣୁପୁରରୁ ବିଜେପି ବିଧାୟକ ଥିବା ତନ୍ମୟ ଘୋଷ ବିଜେପି ଛାଡ଼ି ଏବେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଦଳ ଛାଡ଼ିବା ପରେ ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ତନ୍ମୟ । ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ପ୍ରତିଶୋଧ ପରାୟଣ ହୋଇ କାମ କରୁଛି ।

Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଯେତେବେଳେ ନେତାମାନେ ଟିଏମସି ଛାଡି ଭାଜପାର ମଙ୍ଗ ଧରୁଥିଲେ ଏବେ ନିର୍ବାଚନ ପରେ ଟିଏମସି ଆଡକୁ ଢଳିଛନ୍ତି। ଭାଜପାର ଅନେକ ନେତା ଟିଏମସିକୁ ଯାଇଥିବା ବେଳେ ବର୍ତ୍ତମାନ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷଙ୍କ ଟିଏମସିରେ ମିଶିବା ଘଟଣା ବିଜେପିଙ୍କୁ ବଡ ଝଟ୍‌କା ଦେଇଛି। ଏହା ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ।

Advertisment

ଟିଏମ୍‌ସିରେ ଯୋଗଦେବାରେ ତନ୍ମୟ ତାଙ୍କ ମତ ପରିବର୍ତ୍ତନ କରିଦେଇଛନ୍ତି। ସେ କହିଛନ୍ତି ଯେ “ଭାଜପା ରାଜ୍ୟରେ ପ୍ରତିଶୋଧାତ୍ମକ ରାଜନୀତି କରୁଛି ଭାଜପା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀର ପ୍ରୟୋଗ ରାଜନୀତିକ ଲାଭ ଉଠାଇବା ନେଇ କରୁଛି। କେନ୍ଦ୍ରୀୟ ଏଜେନ୍ସୀର ପ୍ରୟୋଗ ପଶ୍ଚିମ ବଙ୍ଗଳାରେ ଲୋକଙ୍କ ଅଧିକାରକୁ ଛଡେଇ ନେବାରେ ବ୍ୟବହାର କରାଯାଉଛି। ମୁ ସବୁ ରାଜନେତାକୁ କହୁଛି ଯେ ଜନକଲ୍ୟାଣ ନେଇ ସମସ୍ତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରନ୍ତୁ।”

ତେବେ ତନ୍ମୟ ଘୋଷ ଟିଏମସିରେ ଯୋଗ ଦେବା ପରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ କରିଛନ୍ତି ଯେ “ସେ ବହୁତ ଡରିଯାଇଥିଲେ କ୍ଷମତାସୀନ ଦଳ ତାଙ୍କୁ ବହୁତ ଡରଉଥିଲେ। ସେ ଟିଏମ୍‌ସି ଛାଡି ଆମ ପାଖକୁ ଆସିଥିଲେ। ଏନେଇ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ମଧ୍ୟ ଜାରି କରାଯାଇଥିଲା। ତାଙ୍କୁ ସବୁ ଭଳିଆ ଭୟ କରାଯାଇଛି। ତେଣୁ ସେ ବାଧ୍ୟ ହୋଇ ଟିଏମ୍‌ସିରେ ଯୋଗ ଦେଇଛନ୍ତି।”

West Bengal New Delhi
Advertisment
Advertisment