Advertisment

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ: ନିଜେ ରହିଗଲେ, ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଦେଲେ

ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
MK Stalin

MK Stalin

ନୂଆଦିଲ୍ଲୀ: ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭିଆଇପି କଲଚରକୁ ଛାଡ଼ି ପ୍ରଥମେ ଆମ୍ବଲାନ୍ସକୁ ରାସ୍ତା ଦେଲେ ଆଉ ପରେ ନିଜେ ଗଲେ ତାମଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌। ଆଉ ଷ୍ଟାଲିନ୍‌ଙ୍କ ଏହି କାମକୁ ନେଇ ଏବେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଲାଗିଛି। କାହିଁକିନା ଜଣେ ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନକୁ ଗସ୍ତ କଲେ ପ୍ରୋଟୋକଲ ଅନୁସାରେ ତାଙ୍କର ପୁରା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଆଉ ସେ ଯେଉଁ ରାସ୍ତାରେ ଯାଆନ୍ତି ସେଠାରେ ବି ସୁରକ୍ଷା କଡ଼ାକଡ଼ି ହୋଇଥାଏ।

Advertisment

ତେବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ସବୁବେଳେ ନିଜର କାମ ପାଇଁ ବେଶ୍‌ ଚର୍ଚ୍ଚିତ ରହିଥାଆନ୍ତି। ଆଉ ଗତକାଲି ସେ ଯେଉଁ କାମ କରିଛନ୍ତି ତାହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଆଉ ତାଙ୍କର କାମକୁ ମଧ୍ୟ ରାଜ୍ୟବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି। ସୂଚନା ଅନୁସାରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଗତକାଲି ଏକ ଆମ୍ବୁଲାନ୍ସକୁ ରାସ୍ତା ଦେଇ ପୁଣିଥରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଷ୍ଟାଲିନଙ୍କ କାରକେଡ୍‌ ଯେଉଁଭଳି ଭାବରେ ରାସ୍ତା ଖାଲି କରି ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଥିଲା ତାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦେଖନ୍ତୁ ଏହି ସେହି ଭିଡ଼ିଓ....

Advertisment

ସୂଚନାଅନୁସାରେ, ଷ୍ଟାଲିନ୍‌ ଗତକାଲି ଭେଲାଚେରିରୁ କୋୟବେଡୁ ଆଡକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ଏକ ଆମ୍ବୁଲାନ୍ସ ତାଙ୍କ କାରକେଡ୍‌ ପଛରେ ରହିଯାଇଥିଲା। ଆଉ ଏହି ଖବର ଷ୍ଟାଲିନଙ୍କ ପାଖରେ ପହଂଚିଥିଲା। ଖବର ପହଞ୍ଚିବା ମାତ୍ରେ ଷ୍ଟାଲିନ ତୁରନ୍ତ ନିଜ କାରକେଡ଼୍‌କୁ ଅଟକାଇଥିଲେ ଆଉ ଆମ୍ବୁଲାନ୍ସକୁ ଯିବାକୁ ରାସ୍ତା ଛାଡ଼ି ଦେଇଥିଲେ। ଆଉ ରାସ୍ତା ପାଇବା ମାତ୍ରେ ଦ୍ରୁତ ଗତିରେ ଆଗକୁ ବଢିଥିଲା ଆମ୍ବୁଲାନ୍ସ। ତେବେ ଏହା ପୂର୍ବରୁ ଶନିବାର ଏକ ସରକାର ବସ୍‌ରେ ଷ୍ଟାଲିନ୍‌ ଯାତ୍ରା କରିବା ବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଯେତେବେଳେ ସରକାରୀ ବସ୍‌କୁ ପ୍ରବେଶ କରିଥିଲେ ଯାତ୍ରୀମାନେ ଚକିତ ହୋଇଯାଇଥିଲେ।

କେବଳ ଷ୍ଟାଲିନ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ କାରକେଡ଼୍‌କୁ ଅନେକ ସମୟରେ ରୋକି ଆମ୍ବୁଲାନ୍ସକୁ ରାସ୍ତା ଦେଇଥିବା ନଜିର ରହିଛି।

TamilNaduCM M K Stalin
Advertisment
Advertisment