Advertisment

କବାଡ଼ି ସାମଗ୍ରୀ ବିକି ୪୦ କୋଟି ଟଙ୍କା ଆୟ କଲେ ମୋଦି ସରକାର : ଖାଲି ହେଲା ଆଠ ଲକ୍ଷ ବର୍ଗଫୁଟର ଜାଗା

ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି ।

author-image
Prangyan Parimita
swachhata-campaign-revenue

swachhata-campaign-revenue

ନୂଆଦିଲ୍ଲୀ : ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ କିଛି ଟଙ୍କା ମଧ୍ୟ ଆୟ ହୋଇଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରିବାମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି । ବର୍ତ୍ତମାନ ମୋଦି ସରକାର କବାଡ଼ି ସାମଗ୍ରୀରୁ ପୁଣି ଥରେ କୋଟି କୋଟି ଟଙ୍କା ରୋଜଗାର କରି ଏକଥାକୁ ସତ୍ୟକୁ ପ୍ରମାଣିତ କରିଛନ୍ତି । କବାଡ଼ି ସାମଗ୍ରୀ ବିକ୍ରି କରି କେନ୍ଦ୍ର ସରକାର ୪୦ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରାୟ ଆଠ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି ।

Advertisment

କାମରେ ଲାଗୁ ନଥିଲା, ଅଯଥାରେ ପଡ଼ି ରହିଥିଲା । କବାଡ଼ି ସାମଗ୍ରୀ ବିକ୍ରି କରି ୪୦ କୋଟି ଟଙ୍କା ଯୋଗାଡ଼ ହୋଇପାରିଛି । ସଫେଇ ଓ ସ୍ଥାନ ଖାଲି କରିବାର ଏହି ଅଭିଯାନ ୨ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ଏବଂ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା ​​। ପ୍ରାୟ ଏକ ମାସ ଧରି ଚାଲିଥିବା ଅଭିଯାନ ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।

ସଫେଇ ଅଭିଯାନ ମଧ୍ୟରେ ୧୫,୨୩,୪୬୪ ଫାଇଲ ସରକାରଙ୍କ ହାତରେ ଲାଗିଛି । ସେଥି ମଧ୍ୟରୁ ୧୩,୭୩,୨୦୪ ଫାଇଲ ଉପଯୋଗୀ ବୋଲି ଜଣାପଡିଛି । ବାକି ଫାଇଲ ଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ ରଦ୍ଦି ହୋଇ ଯାଇଥିବାରୁ ତା’କୁ ବିକ୍ରି କରାଯାଇଛି । କେବଳ ଏତିକି ନୁହେଁ ୩,୨୮,୨୩୪ଟି ଜନସାଧାରଣଙ୍କ ଅଭିଯୋଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇ ସମସ୍ୟାର ସମାଧାନ କରାଯାଇଛି ।

Advertisment

ଅନ୍ୟପଟେ ଏହି ଅବଧି ମଧ୍ୟରେ ୮୩୪ ମଧ୍ୟରୁ ୬୮୫ ନିୟମକୁ ସରଳୀକୃତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ପ୍ରଣାଳୀକୁ ସରଳ କରିବା ସହ ଯୋଜନା ଅଧୀନରେ ଏହି କାମ କରାଯାଇଛି । ଏହାଦ୍ୱାରା ଉଭୟ ସାଧାରଣ ଜନତା ଏବଂ ସରକାରୀ ବ୍ୟବସ୍ଥାକୁ ଲାଭ ମିଳିବ ।

ଲମ୍ବା ସମୟ ଧରି ଚାଲୁଥିବା ତଥା ବିଚାରଧୀନ ମାମଲାକୁ ସମସ୍ୟାକୁ ସରଳୀକୃତ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ସପ୍ତାହରେ ସରକାରଙ୍କ ନିକଟରେ ଏସମ୍ପର୍କୀତ ରିପୋର୍ଟ ଦାଖଲ କରାଯିବ । ଅଭିଯାନ ସହିତ ଜଡିତ ସମସ୍ତ ଦିଗ ରିପୋର୍ଟରେ ଦର୍ଶାଇବା ପାଇଁ ନିର୍ଦ୍ଦେଶ ରହିଛି ।

ଅକ୍ଟୋବର ୨ରୁ ଅକ୍ଟୋବର ୩୧ ମଧ୍ୟରେ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗ (DAPRG) କୁ ନୋଡାଲ ବିଭାଗରେ ପରିଣତ କରି ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରୁ ବିଚାରାଧୀନ ମାମଲାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଅଭିଯାନ ଲଂଚ କରାଯାଇଥିଲା ।

Swachhata Campaign
Advertisment
Advertisment