Advertisment

ମୋବାଇଲ ଦେଖିବାକୁ ମନା କଲେ ବାପା, ବେକ କାଟି ଦେଲା ପୁଅ

ପିଲାଙ୍କୁ ଦିନକୁ ଦିନ କୁ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି

author-image
Sarbeswar
surat-minor-killed-father

surat-minor-killed-father

ସୁରଟ୍‌: ପିଲାଙ୍କୁ ଦିନକୁ ଦିନ କୁ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି । ଗୁଜୁରାଟର ସୁରଟ୍‌ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାରେ, ପିଲାଟି ମୋବାଇଲ୍‌ରେ ବ୍ୟସ୍ତ ରହିଥିଲା। ଆଉ ଏହି ସମୟରେ ବାପା ବିରକ୍ତ ପ୍ରକାଶ କରିବା ସହ ମୋବାଇଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାପାଙ୍କର କଥାରେ ପୁଅର ରାଗ ପଂଚମ ହୋଇଯାଇଥିଲା। ରାଗର ମାତ୍ରା ଏତେ ଅଧିକ ରହିଥିଲା ଯେ, ବାପାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲା। ଏକ ଧାରୁଆ ଅସ୍ତ୍ରରେ ବାପାଙ୍କ ଗଳା କାଟିଦେଇଥିବା ଅଭିଯୋଗ ହୋଇଛି।

Advertisment

ସୁରଟ ସହରର ଇଚାପୋର ପୋଲିସ ଷ୍ଟେସନ ଅନ୍ତର୍ଗତ କାୱାସ୍ ଗାଁର ବାସିନ୍ଦା ଅର୍ଜୁନ ଅରୁଣ ସାର୍କଙ୍କ ସହ ଏପରି ଘଟଣା ଘଟିଛି। ଅର୍ଜୁନ ସାର୍କ ତାଙ୍କ ପତ୍ନୀ ଏବଂ ଗୋଟିଏ ପୁଅ ସହିତ ସ୍ଥାନୀୟ ଅଂଚଳରେ ରହୁଥିଲେ। ଗତ ମଙ୍ଗଳବାର ଦିନ ଅର୍ଜୁନଙ୍କୁ ତାଙ୍କ ପତ୍ନୀ ଚେତାଶୂନ୍ୟ ଅବସ୍ଥାରେ ଘରେ ଦେଖିଥିଲେ। ଆଉ ଏହା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଡାକ୍ତର ପୋଲିସକୁ ଖବର ଦେବା ସମୟରେ ଉଭୟ ମାଆ ଏବଂ ପୁଅ ତାଙ୍କୁ ମିଛ କହିଥିଲେ। କହିଥିଲେ କି, ଗାଧୁଆ ଘରେ ପଡ଼ିଥିବାରୁ ଏପରି ଦୁର୍ଘଟଣା ହୋଇଛି। ଏହା ପରେ ସେ ଖଟରେ ଶୋଇଥିଲେ କିନ୍ତୁ ପରେ ଡାକିଲେ ଆଉ ଶୁଣିନଥିଲେ ବୋଲି ସେ କହିଛନ୍ତି। କିନ୍ତୁ ଡାକ୍ତର ସେମାନଙ୍କ କଥାରେ ସନ୍ଦେହ କରିବା ସହ ପୋଷ୍ଟମୋର୍ଟମ କରିଥିଲେ। ଆଉ ରିପୋର୍ଟ ଯାହା ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

Advertisment

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଅର୍ଜୁନଙ୍କର ହତ୍ୟା କରାଯାଇଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ତାଙ୍କ ପୁଅକୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ହେପାଜତ୍‌ରେ ନିଜ ବାପାଙ୍କୁ ହତ୍ୟା କରିଥିବା ନେଇ ମାନିବା ସହ ମୋବାଇଲ ପାଇଁ ଏହି ବର୍ବର କାଣ୍ଡ ହୋଇଥିବା ଅର୍ଜୁନଙ୍କ ପୁଅ କହିଛି।

Surat Crime Murder
Advertisment
Advertisment