Advertisment

ସମୟ ପୂର୍ବରୁ ମୁଲତବୀ ହେଲା ସଂସଦର ମୌସୁମୀ ଅଧିବେଶନ

ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

author-image
Sarbeswar
undefined

parliament

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧୀବେଶନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ବାଚସ୍ପତି। ଚଳିତ ଅଧିବେଶନରେ ପେଗାସସ୍‌, ଚାଷୀ ଆନ୍ଦୋଳନ ଓ ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ଜୋରଦାର୍‌ ହଟ୍ଟଗୋଳ କରିଥିଲେ ବିରୋଧୀ।

Advertisment

ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ସୂଚନା ମିଳିଛି। ତେବେ ଗୃହରେ ଓବିସି ବିଲ୍‌ ଆଗତ ହେବା ପରେ ବିରୋଧୀମାନେ ପ୍ରବଳ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାଚସ୍ପତିଙ୍କ ପୋଡ଼ିୟମ୍‌ ଉପରକୁ ବିରୋଧୀମାନେ କାଗଜ ଫୋପାଡ଼ିଥିଲେ ଆଉ ଯାହାକୁ ନେଇ ଗୃହ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ। ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Advertisment

ତେବେ ଚଳିତ ଅଧିବେଶନରେ ଟିଏମସି ସାଂସଦ ଶାନ୍ତୁନ ସେନ ବାଚସ୍ପତିଙ୍କୁ ଅଶାଳୀନ ବ୍ୟବହାର କରି ଗୃହରୁ ନିଲମ୍ବିତ ହୋଇଥିଲେ । ଏହାପରେ ପେଗାସସ୍ ମାମଲାରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରି ୬ ଜଣ ଟିଏମସି ସାଂସଦ ଗୃହରେ ହୋ ହାଲ୍ଲା କରିବାରୁ ସେମାନଙ୍କୁ ବି ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ।

ସେପଟେ, ସଂସଦରେ ପେଗାସସ୍‌ ଓ କୃଷି ଆଇନ ଝଡ଼ ଦେଖିବାକୁ ମିଳିଥିଲା। ଲଗାତାର ବିରୋଧୀ ଦଳ ଗୁଡ଼ିକର ପ୍ରବଳ ହୋହାଲ୍ଲା ପାଇଁ ସଠିକ୍‌ ଭାବରେ ଚାଲିପାରୁନଥିଲା ଗୃହ। ଆଉ ସଂସଦରେ ଶେଷ ସପ୍ତାହରେ ଅର୍ଥାତ୍‌ ଗତ ସୋମବାର ବୈଠକ ଡାକିଥିଲେ ବିରୋଧୀ ଦଳ ନେତା। ସୂଚନା ଅନୁସାରେ, ରାଜ୍ୟସଭାର ୪୩ ନମ୍ବର କଠୋରୀରେ ସକାଳ ୧୦ଟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ଯାହା ବି ହେଉ ସମୟ ପୂର୍ବରୁ ସମାପ୍ତ ହୋଇଛି ସଂସଦର ମୌସୁମୀ ଅଧିବେଶନ।

India Lok Sabha Adjourned Monsoon Session
Advertisment
Advertisment