Advertisment

ପଞ୍ଜାବ ପରେ ବଦଳିବ କି ରାଜସ୍ଥାନ ରାଜନୀତି ପାଣିପାଗ ?

ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?

author-image
Minati Mishra
Sonia Gandhi and Rahul Gandhi

Sonia Gandhi and Rahul Gandhi

ଜୟପୁର:ପଞ୍ଜାବରେ କ୍ଷମତାର ପରିବର୍ତ୍ତନ ପରେ ଏବେ ରାଜସ୍ଥାନରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ମିଡିଆ ଖବର ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଚାରିଦିନ ପୂର୍ବରୁ ପିସିସିର ପୂର୍ବତନ ମୁଖ୍ୟ ସଚିନ ପାଇଲଟ ମଧ୍ୟ ରାହୁଲ ଗାନ୍ଧିଙ୍କୁ  ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ଓ ଆଲୋଚନାକୁ ଏକ ନୂଆ  ରାଜନୈତିକ ସମୀକରଣର ସଙ୍କେତ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ପଞ୍ଚାବ ଘଟଣା ପରେ ଲୋକଙ୍କ ନଜର ରାଜସ୍ଥାନ ଏବଂ ଛତିଶଗଡ ସ୍ଥିତି ଉପରେ ଅଟକି ରହିଛି। 

Advertisment

ମିଳିଥିବା ଖବର ଅନୁଯାୟୀ, ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। କୁହାଯାଉଛି, ରାଜ୍ୟର ରାଜନୈତିକ ସ୍ଥିତି ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାର ୪ ଦିନ ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୧୭ ତାରିଖରେ ପୂର୍ବତନ ଡେପୁଟି ସିଏମ୍‌ ସଚିନ ପାଇଲଟ ମଧ୍ୟ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ପ୍ରାୟ ୧ ବର୍ଷ ପରେ ଉଭୟ ରାହୁଲ ଓ ପାଇଲଟଙ୍କ ମଧ୍ୟରେ ବୈଠକ ବସିଥିଲା ।  ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା। ପଞ୍ଜାବ ଘଟଣାକ୍ରମ ପରେ ପାଇଲଟ ଓ ରାହୁଲଙ୍କ ଏପରି ବୈଠକକୁ ବେଶ ଗୁରୁତ୍ୱର ସହ ନେଉଛନ୍ତି ରାଜନୈତିକ ବିଶ୍ଳେଷକ। ୟ

Advertisment

ରାହୁଲ ଏବଂ ସଚିନଙ୍କ ବୈଡକରେ ରାଜସ୍ଥାନର ରାନୈତିକ ସ୍ଥିତ ସମେତ ଆହୁରି ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିଲା। ମିଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୈଠକରେ ରାଜସ୍ଥାନରେ ଦଳୀୟ ସଂଗଠନ ଏବଂ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ତଥା ପାଇଲଟଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଥିଲା। ଆସନ୍ତା ମାସରେ ମନ୍ତ୍ରିମଣ୍ଡଳ ଏବଂ ସଂଗଠନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।  

ଏଠି କହିରଖିବୁ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଲାଣି ଏବଂ ସେ କାମରେ ଯୋଗ ଦେଲେଣି। ପ୍ରିୟଙ୍କା ଗାନ୍ଧିଙ୍କ ଅତି ନିକଟତର କୁହାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ ଏକ ଟ୍ୱିଟ କରି ଏହି ସମ୍ଭାବନାକୁ ଆହୁରି ନିଶ୍ଚିତ କରି ଦେଇଛନ୍ତି। ସେ ନଜ ଟ୍ୱିଟ କରି କହିଛନ୍ତି ‘ପଞ୍ଜାବର ବାୟୁ ରାଜସ୍ଥାନ ଏବଂ ଛତିଶଗଡର ପାଣିପାଗକୁ ବି ବିଗାଡି ଦେଇପାରେ।’ ତେବେ ଦେଖାଯାଉ, ଅଗାକୁ କ’ଣ ହଉଛି।

Sonia Gandhi Rajasthan Political Crisis Ashok Gehlot
Advertisment
Advertisment