Advertisment

ବଢ଼ିଲା ଚିନ୍ତା, ‘ଅଧିକ ସଂକ୍ରମଣ ଭୟ’ ଥିବା ଦେଶରୁ ଭାରତ ଆସିଥିବା ୬ ଯାତ୍ରୀ କରୋନା ପଜିଟିଭ୍‌

ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି।

author-image
Rajalaxmi Sahoo
Passengers

Passengers

ମୁମ୍ବାଇ: ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ବୁଧବାର ଏହି ସୂଚନା ଦେଇଛି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି। 

Advertisment

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପଜିଟିଭ୍‌ ଚିହ୍ନଟ ସମସ୍ତ ୬ ଯାତ୍ରୀ asymptomatic କିମ୍ବା mild asymptomatic ଥିଲେ। ସମସ୍ତ ସଂକ୍ରମିତଙ୍କ ନମୁନାକୁ ଜିନୋମ୍‌ ସ୍ୱିକେନ୍ସିଂ ପାଇଁ ପଠା ଯାଇଛି। ଫଳରେ ସେମାନେ ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ରେ ସଂକ୍ରମିତ କି ନୁହେଁ ତାହା ଜଣାପଡ଼ିବ। ଏହାସହ ଏହି ୬ ଯାତ୍ରୀଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କ ଟ୍ରେସିଂ ଜାରି ରହିଛି। 

୬ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ମୁମ୍ବାଇ, କଲ୍ୟାଣ-ଡୋମ୍ବିଭଲି, ମୀରା-ଭୟଂନ୍ଦରର ହୋଇଥିବା ବେଳେ, ଚତୁର୍ଥ ଜଣକ ପୁଣେର ବୋଲି ଜଣାପଡ଼ିଛି। ସେହିପରି ନାଇଜେରିଆରୁ ଆସିଥିବା ଅନ୍ୟ ୨ ଜଣ ପିମ୍ପରି-ଚିଞ୍ଚୱାଡ୍‌ର ବୋଲି ସୂଚନା ମିଳିଛି। 

Advertisment

ବାରମ୍ବାର ରୂପ ବଦଳାଉଥିବା ‘ଓମିକ୍ରନ୍‌ ଭାରିଏଣ୍ଟ୍ ଘାତକ ଡେଲ୍‌ଟା ତୁଳନାରେ ୬ ଗୁଣ ଅଧିକା ସଂକ୍ରାମକ। ଏହାକୁ ଦୃଷ୍ଟିରେ ରଖି ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି ହୋଇଛି। ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହୋଇଛି। ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ଫେରୁଥିବା ଯାତ୍ରୀ ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ସେମାନଙ୍କର RT-PCR ଟେଷ୍ଟ୍ କରାଯିବ।

ଓମିକ୍ରନ୍‌ ଭାରିଏଣ୍ଟ୍‌କୁ ନେଇ ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ଯେଉଁ ଯାତ୍ରୀମାନେ ମହାରାଷ୍ଟ୍ର ଆସିବେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। RT-PCR ଟେଷ୍ଟରେ ଯେଉଁ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହେବେ ତାଙ୍କୁ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯିବ। ସେହିପରି ନେଗେଟିଭ୍‌ ରିପୋର୍ଟ ଆସିଲେ ଘରେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବେ। ଏହି ଯାତ୍ରୀମାନେ ଯେଉଁ ଦିନ ମହାରାଷ୍ଟ୍ରରେ ପହଞ୍ଚିବେ ସେହି ଦିନ,  ଚତୁର୍ଥ ଦିନ ଓ ସପ୍ତମ ଦିନରେ RT-PCR ଟେଷ୍ଟ୍ କରିବେ। ଏହାସହ ଏହି ଯାତ୍ରୀମାନେ ଗତ ୧୫ ଦିନରେ କେଉଁ କେଉଁ ଦେଶକ ଯାତ୍ରା କରିଛନ୍ତି, ଏହାର ବିବରଣୀ ମଧ୍ୟ ଦେବେ। 

Omicron Variant COVID19 Corona Virus New Variant South Africa COVID Variant Omicron
Advertisment
Advertisment