Advertisment

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ଏବେ ସୁଦ୍ଧା ୧୧୨ ଜଣଙ୍କ ଗଲାଣି ଜୀବନ

ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ଓ ୫୫ ଜଣ ନିଖୋଜ ରହିଥିଲେ କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ବଢିଛି

author-image
Sarbeswar
ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ଏବେ ସୁଦ୍ଧା ୧୧୨ ଜଣଙ୍କ ଗଲାଣି ଜୀବନ

Mumbai Rain

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ। କ୍ରମାଗତ ଭାବରେ ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ହିସାବରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମହାରାଷ୍ଟ୍ରରେ ୧୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ନିଖୋଜ ଥିବା ନେଇ ସୂଚନା ମିଳିଛି। କେବଳ ରାୟଗଡ଼ ଜିଲ୍ଲାରେ ୫୨ ଜଣଙ୍କ ଜୀବନ ଯାଇଛି। ସେହିପରି ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ୭୮,୧୧୧ ଲୋକ ପ୍ରଭାବିତ ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ୪୦୮୮୨ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ସୁଦ୍ଧା ୧,୩୫,୩୧୩ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ନେଇ ସୂଚନା ମିଳିଛି। ଏବେ ବି ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଅନେକ ନଦୀରେ ବନ୍ୟା ଆସିଥିବାରୁ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳୁଛି।

Advertisment

ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ଓ ୫୫ ଜଣ ନିଖୋଜ ରହିଥିଲେ କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ବଢିଛି। ଗତ ୫ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ରାଜ୍ୟର ଅନେକ ଅଂଚଳ ପ୍ରଭାବିତ ହୋଇଛି। ଉପକୂଳବର୍ତ୍ତୀ କୋଙ୍କଣ ଅଞ୍ଚଳର ରତ୍ନଗିରି ଜିଲ୍ଲାର ରାୟଗଡ ଏବଂ ପଶ୍ଚିମ ମହାରାଷ୍ଟ୍ରର କୋଲ୍ହାପୁର ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଏହା ବ୍ୟତୀତ ସତରା ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

Advertisment

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ୨୧ ଟି ଟିମ୍ ବର୍ଷା ପ୍ରଭାବିତ ଜିଲ୍ଲାମାନଙ୍କରେ କାର୍ଯ୍ୟ କରୁଛନ୍ତି ଏବଂ ସେନାର ୧୪ଟି ଟିମ୍‌ , ତଟରକ୍ଷୀ ବାହିନୀ ଏବଂ ଅନ୍ୟାନ୍ୟ ଦଳ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF)ର ଚାରିଟି ଦଳ ମଧ୍ୟ ଥଇଥାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ପିଟିଆଇକୁ କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ ଅନେକ ଭୂସ୍ଖଳନ ସମେତ ୧୨୯ ଜଣଙ୍କର ମୃତ୍ୟୁ ଘଟିଛି।

ରିଲିଫ୍‌ ଏବଂ ପୁନର୍ବାସ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୩୫୩୧୩ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାରକାର୍ଯ୍ୟ ଆଗାକୁ ମଧ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି।

ସେହିପରି ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ପୂର୍ବରୁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

India Mumbai Rain Mumbai
Advertisment
Advertisment