Advertisment

ଅସଦୁଦ୍ଦୀନ ଓୱେସୀ ବିଜେପିର ଅଣ୍ଡରଗାର୍ମେଣ୍ଟ : ଶିବସେନା

ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।

author-image
Pramod Behera
 AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି

Shivsena attack on AIMIM chief Asaduddin Owaisi

ମୁମ୍ବାଇ : ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଥିବା ଏଆଇଏମ୍ଆଇଏମ୍ ପ୍ରମୁଖ ଅସଦୁଦ୍ଦୀନ୍ ଓୱେସୀଙ୍କୁ ଟାର୍ଗେଟ୍ କରିଛି ଶିବସେନା। ମହାରାଷ୍ଟ୍ର ସରକାରର ମୁଖ୍ୟ ପାର୍ଟୀ ଓୱେସୀଙ୍କ ଉପରେ ଆକ୍ରମଣ କରି ବିଜେପିର ଅଣ୍ଡରଗାର୍ମେଣ୍ଟ ବୋଲି କହିଛି। ଅସଦୁଦ୍ଦୀନ ଓୱେସୀ ପରଦା ପଛରେ ରହି ବିଜେପିକୁ ସାହାଯ୍ୟ କରୁଛି ବୋଲି ଶିବସେନା କହିଛି।

Advertisment

ଶିବସେନାର ମୁଖପତ୍ର ସାମ୍ନାର ସମ୍ପାଦକୀୟରେ ଲେଖାଯାଇଛି ଯେ ୟୁପି ବିଧାନସଭା ନିର୍ବାଚନ ହେବାଯାଏ ଜଣା ନାହିଁ ଆଉ କ’ଣ ଦେଖିବାକୁ ପଡିବ। ବିଜେପିର ସଫଳ ଯାତ୍ରାରେ ପରଦା ପଛରେ ରହି ସୂତ୍ରଧର ଭାବେ ଅସଦୁଦ୍ଦୀନ ଓୱେସୀ ଓ ତାଙ୍କ ଦଳ କାମରେ ଲାଗିଥିବା ଦେଖାଯାଉଛି। ଓୱେସୀ ୟୁପି ନିର୍ବାଚନ ଅବସରରେ ଜାତୀୟ, ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବା ନେଇ ପୂରା ପ୍ରସ୍ତୁତିରେ ରହିଛି ବୋଲି ଏଥିରେ କୁହାଯାଇଛି।

Advertisment

ଶିବସେନା ଓୱ୍ୱେସୀଙ୍କୁ ଟାର୍ଗେଟ୍ କରି ଲକ୍ଷ୍ନୌ ଗସ୍ତ ଉପରେ କହିଛି ଯେ ପ୍ରୟାଗରାଜରୁ ରାଜଧାନୀ ଯିବା ସମୟରେ କିଛି ସମର୍ଥକ ପାକିସ୍ତାନ ଜିନ୍ଦାବାଦର ନାରା ଲଗେଇଥିଲେ। ଏପର୍ଯ୍ୟନ୍ତ ୟୁପିରେ ଏଭଳି ନାରା ଦିଆଯାଇ ନ ଥିଲା, କିନ୍ତୁ ଓୱେସୀ ଯେତେବେଳେ ଯାଇ ପଥଭ୍ରଷ୍ଟ ଭାଷଣ ଦେଲେ ଏହା ପରେ ପାକିସ୍ତାନ ଜିନ୍ଦାବାଦ ଭଳି ନାରା ଦେବା ଆରମ୍ଭ ହୋଇଯାଇଛି।

ତିନ୍ ତଲାକ୍ ଆଇନକୁ ନେଇ ଶିବସେନା ସମ୍ପାଦକୀୟରେ ଲେଖିଛି ଯେ ଯେଉଁ ଧର୍ମାନ୍ଧ ନେତା, ମୁଲ୍ଲା ମୌଲବୀୟମାନେ ଏହି ଆଇନକୁ ବିରୋଧ କରୁଥିଲେ ତା’ ପଛରେ ଓୱେସୀ ହିଁ ଥିଲେ। ଏଭଳି କ୍ଷେତ୍ରରେ ମୁସଲମାନଙ୍କର କେଉଁ ଅଧିକାର ଓ ନ୍ୟାୟ କଥା ଓୱେସୀଙ୍କ ଦ୍ୱାରା ହେଉଛି? ମୁସଲମାନଙ୍କ ରାଜନୀତି କୌଣସି ରାଷ୍ଟ୍ରବାଦ ହୋଇ ପାରିବନି। ମୁସଲାମାନମାନେ ହେଉଛନ୍ତି ଏ ଦେଶର ନାଗରିକ, ତେଣୁ ତାଙ୍କୁ ଦେଶର ସମ୍ବିଧାନକୁ ପାଳନ କରିବାକୁ ପଡିବ। ଓୱେସୀଙ୍କ ଭିତରେ ଯେଉଁଦିନ ଏହା କହିବାର ସାହସ ଆସିଯିବ ସେହିଦିନ ସେ ଏ ଦେଶର ନେତା ହେବାର ପରିଚୟ ପାଇବେ। ନଚେତ ତାଙ୍କୁ ବିଜେପିର ଅଣ୍ଡର୍‌ଗାର୍ମେଣ୍ଟ୍‌ ଭଳି ଦେଖାଯିବ ବୋଲି ସାମ୍ନାରେ କୁହାଯାଇଛି।

ଶିବସେନା ନିଜ ସମ୍ପାଦକୀୟରେ ଓୱେସୀ ନୀଚ୍ଚ ରାଜନୀତି କରୁଥିବା କହିଛି। ଏଥିରେ କୁହାଯାଇଛି ଯେ ଓୱେସୀ ପଶ୍ଚିମବଙ୍ଗରେ ବି ଏହିଭଳି ନୀଚ୍ଚ ରାଜନୀତି କରୁଥିଲେ। ମମତା ବାମାର୍ଜୀଙ୍କ ପରାସ୍ତ ନେଇ ସେ ମୁସଲମାନଙ୍କୁ ଉସକାଉଥିଲେ। କିନ୍ତୁ ସେଠାକାର ହିନ୍ଦୁ ଓ ମୁସଲମାନମାନେ ମିଳିତ ଭାବେ ମମତାଙ୍କ ପକ୍ଷରେ ଭୋଟ୍ ଦେଇଥିଲେ ଓ ଓୱେସୀଙ୍କ ରାଜନୀତିକୁ ତିରସ୍କାର ଦେଇଥିଲେ। ଏହାପରେ ଶିବସେନା ମଧ୍ୟ ଓୱେସୀଙ୍କ ବିରୋଧରେ ବିହାର ନିର୍ବାଚନରେ ଷଡଯନ୍ତ୍ର କରୁଥିବା ନେଇ ଅଭିଯୋଗ କରିଛି। ଶିବସେନା କହିଛି ଯେ ଏହି ଷଡଯନ୍ତ୍ର ଯୋଗୁଁ ତେଜସ୍ୱୀ ଯାଦବ ଅଳ୍ପ କେତେକ ଭୋଟର ବ୍ୟବଧାନରେ ବିହାର ନିର୍ବାଚନ ହାରିଥିଲେ।

Shivsena New Delhi
Advertisment
Advertisment