Advertisment

ଶିଳ୍ପା ସେଟ୍ଟୀଙ୍କ ହେୟାର ଷ୍ଟାଇଲ୍ ଦେଖି ତାଜୁବ ଫ୍ୟାନ୍ସ, କହିଲେ ଏମିତି...

ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି।

author-image
Sarbeswar
Shilpa Shetty

Shilpa Shetty

ମୁମ୍ବାଇ: ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି। ଏହାକୁ ଦେଖିବା ପରେ ଫ୍ୟାନ୍ସମାନେ ଦେଇଛନ୍ତି ଏମିତି କିଛି କମେଣ୍ଟ। ଯାହାକୁ ଦେଖି ଶିଳ୍ପାଙ୍କ ମୁଣ୍ଡ ଚକ୍କର କାଟୁଛି। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଚର୍ଚ୍ଚାର ଖୋରାକ ଯୋଗାଇଛି।

Advertisment

ଜୀବନ ସହ ଜଡ଼ିତ ଅପଡେଟ୍ସକୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଛାଡିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଗତ ସୋମବାର ଶିଳ୍ପା ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଏହି ଭିଡିଓଟିକୁ ସେୟାର କରିଥିଲେ। ଯେଉଁଥିରେ ଶିଳ୍ପା ଜବରଦସ୍ତ ଓ୍ୱାର୍କ ଆଉଟ କରୁଥିବା ଦେଖା ଯାଇଛନ୍ତି। ଏହା ସହ ଭିଡିଓରେ ଶିଳ୍ପା ନିଜ କେଶକୁ ବାନ୍ଧୁଥିବା ବେଳେ ଅଣ୍ଡରକଟ ବଜ କଟ ହେୟାର ଷ୍ଟାଇଲରେ ଦେଖିବାକୁ ମିଳୁଛନ୍ତି। ଭିଡିଓ ଦେଖି ଲୋକମାନଙ୍କୁ ଲାଗୁଛି କି ଶିଳ୍ପାଙ୍କ ତିରୁପତି ଯାଇ ଚୁଟି ଦାନ କରି ଆସିଛନ୍ତି ଏବଂ ଉପରେ ବିଗ ଲଗାଇଛନ୍ତି।

Advertisment

କିନ୍ତୁ କ୍ୟାପ୍ସନରେ ଶିଳ୍ପା ଲେଖିଛନ୍ତି ଯେ, ଆପଣ ପ୍ରତ୍ୟେକ ଦିନ ବିନା କୌଣସି ରିସ୍କ ନେଇ ବଞ୍ଚି ପାରିବେନି। ଏହା ହୁଏତ ଅଣ୍ଡାକଟ ବଜ କଟ ହୋଇ ପାରି ଥାଏ, କିନ୍ତୁ ଏହା ମୋର ନୂଆ ଏରୋବିକ ଓ୍ୱାର୍କଆଉଟ ‘ଟ୍ରାଇବାଲ ସ୍କ୍ୱାଟ୍ସ’। ଏହା ଦ୍ୱାରା ଶରୀରର ସମସ୍ତ ମାଂସପେଶୀ, କାନ୍ଧ, ବାହୁ ଏବଂ ଗୋଡର ସମନ୍ୱୟ ରକ୍ଷା ହୋଇ ପାରିବ।

ରୁଟିନରେ ୬୦ ସେକେଣ୍ଡରେ ୪ ସେଟ୍ସ କରିବାକୁ ପଡ଼ିଥାଏ। ଏଥିରେ ପ୍ରଥମ ସେଟ ମଧ୍ୟରେ ୩୦ ସେକେଣ୍ଡର ବ୍ରେକ ନେବାକୁ ହୋଇଥାଏ। ପାର୍ଥକ୍ୟ ଦେଖିବା ଲାଗି ଏହାକୁ ଲଗାତାର କରିବାକୁ ପଡ଼ିବ। କୁହାଯାଏ ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ। ଶିଳ୍ପା ସେଟ୍ଟୀ ଫିଟନେଶ ଫ୍ରିକ ଅଟନ୍ତି। ସାଧାରଣରେ ନିଜର ଓ୍ୱାର୍କଆଉଟ ଭିଡ଼ିଓ ସେୟାର କରି ସେ ଲୋକଙ୍କୁ ଏହା କରିବା ଲାଗି ପ୍ରେରଣା ଦେଇଛନ୍ତି।

ଶିଳ୍ପାଙ୍କ ନୂଆ ହେୟାର ଷ୍ଟାଇଲକୁ କେତେକ ପସନ୍ଦ କରୁଥିବା ବେଳେ ଆଉ କେତେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନକଲି ବୋଲି କହୁଛନ୍ତି। ତେବେ ନୂଆ ଭିଡିଓ ସେୟାର କରି ଶିଳ୍ପା ସମସ୍ତ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ଶିଳ୍ପା ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ହେୟାର କଟ୍ କରୁଥିବା ନଜର ଆସିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଶିଳ୍ପା ନିଜ ମୁଣ୍ଡର ପଛପଟ କେଶକୁ ଟ୍ରିମ୍ କରୁଛନ୍ତି। ଭିଡିଓ କ୍ୟାପସନରେ ଶିଳ୍ପା ଲେଖିଛନ୍ତି, ‘ଏହା ଏପରି ହୋଇଛି… ମୋ ଅପେକ୍ଷା ଅବଦୁଲ ୱାହିଦ ଅଧିକ ଡରୁଥିଲା।

Shilpa Shetty Kundra Bollywood Undercut Hairstyle
Advertisment
Advertisment