Advertisment

ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ଶରଦ ପାୱାର?

ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

author-image
Sarbeswar
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ଶରଦ ପାୱାର?

Sharad Pawar

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ପାଇଁ ଏନସିପି ନେତା ଶରଦ ପାୱାରଙ୍କ ନାଁକୁ ନେଇ ଗତ କିଛିଦିନ ହେବ ଚର୍ଚ୍ଚା କରାଯାଉଥିଲା। ଆଉ ଆଜି ସେ ଏହି ଚର୍ଚ୍ଚା ଉପରେ ନିଜେ ପୁନଃଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି, ଯେଉଁମାନେ ଏହାକୁ ନେଇ ଚର୍ଚ୍ଚା କରିଛନ୍ତି ତାହାର କୌଣସି ଆଧାର ନାହିଁ। ଏହାସହ ଶରଦ କହିଛନ୍ତି ଯେ, ପ୍ରଶାନ୍ତ କିଶୋର ରାଷ୍ଟ୍ରପତି ପଦ ପାଇଁ ମୋ ସହ କୌଣସି ଆଲୋଚନା ମଧ୍ୟ କରିନାହାନ୍ତି। କିନ୍ତୁ ଏହାକୁ ନେଇ କାହିଁକି ଚର୍ଚ୍ଚା ହେଉଛି ତାହା ମଧ୍ୟ ମତେ ଜଣାନାହିଁ। ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

Advertisment

ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ପ୍ରଶାନ୍ତ କିଶୋର ଦେଶର ସମସ୍ତ ବିରୋଧୀ ଦଳ ସହ ଆଲୋଚନା କରିବା ସହ ଏକାଠି କରିବାକୁ ପାଗ ଭିଡ଼ୁଛନ୍ତି। ଆଉ ସବୁ ବିରୋଧୀ ଦଳ ଗୁଡ଼ିକ ମିଶି ଶରଦ ପାୱାରଙ୍କୁ ହିଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଯେଉଁ ବିଜୟର ସ୍ୱାଦ ଚାଖିଛି ତାହା କେବଳ ପ୍ରଶାନ୍ତଙ୍କ ପାଇଁ ସମ୍ଭବ ହୋଇପାରିଛି। ଏହାସହ ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରଶାନ୍ତ ଶରଦଙ୍କୁ ତିନି ତିନି ଥର ଭେଟିସାରିଲେଣି। ତେଣୁ ଉଭୟଙ୍କ ମଧ୍ୟରେ କିଛି ବିଶେଷ ଆଲୋଚନା ହେଉଥିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଏନେଇ କଂଗ୍ରେସ କିମ୍ବା ବିଜେପିର ନେତା କୌଣସି ବୟାନ ଦେଇନାହାନ୍ତି। ଏଠାରେ କହିରଖୁଛୁ, ପୂର୍ବରୁ ମଧ୍ୟ ଶରଦ ପାୱାର ଅନେକ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ୍‌ କରିଥିଲେ। ତେଣୁ ଏବେ ଶରଦଙ୍କୁ ନେଇ ଜାତୀୟ ରାଜନୀତିରେ ବେଶ୍‌ ଉଷ୍ମତା ବାରି ହୋଇ ପଡ଼ୁଛି।

Advertisment
Maharashtra Sharad Pawar NCP Chief Sharad Pawar Politics
Advertisment
Advertisment