• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବେଙ୍ଗାଲୁରୁରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

  • ଦୁର୍ଘଟଣାରେ ସମସ୍ତ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି

ବେଙ୍ଗାଲୁରୁ : ଅଡି କାର୍ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୭ ଜଣଙ୍କ ଜୀବନ । ବେଙ୍ଗାଲୁରୁରେ କୋରାମଙ୍ଗାଲା ଅଞ୍ଚଳରେ ଏକ କାର ଦୁର୍ଘଟଣାରେ ସମସ୍ତ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ସ୍ଥାନୀୟ ପୋଲିସ । ମୃତ ଦେହ ଉଦ୍ଧାର କରି ପୋଷ୍ଟମୋଟମ ପାଇଁ ପଠାଇ ଦିଆଯାଇଛି । କାରର ଚିତ୍ର ଦେଖିଲେ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ସ୍ପଷ୍ଟ ହେଉଛି ।

ପ୍ରାଥମିକ ସୂଚନା ଅନୁସାରେ ଅଡି Q3 କାର୍ ରାସ୍ତା କଡ଼ରେ ଥିବା ଖମ୍ବକୁ ଜୋରରେ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ କୋରାମଙ୍ଗାଲାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଯୁଗ୍ମ କମିଶନର (ଟ୍ରାଫିକ୍) ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା ସୂଚନା ଦେଇଛନ୍ତି । କାରରେ ସବାର ଥିବା ସମସ୍ତ ୭ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କାରଟି କେଉଁଠୁ ଆସୁଥିଲା, ଆଉ କାରରେ ସବାର ଥିବା ଲୋକେ କେଉଁଆଡ଼େ ଯାଉଥିଲେ ତାହା  ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଗାଡ଼ି ଚଳାଇବା ସମୟରେ ଡ୍ରାଇଭର ମଦ୍ୟପାନ କରିଛି କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି । ରାସ୍ତାଟି ସମ୍ପୂର୍ଣ୍ଣ ଖାଲି ଥିବାବେଳେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ବୋଲି ସୂଚନା ମିଳିଛି ।

ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣାର ହୋଇଥିବା କହିଛନ୍ତି ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା । ବେପରୁଆ ହୋଇ ରାତିରେ ତିବ୍ର ବେଗରେ ଗାଡି ଚଳାଇବା ଯୋଗୁଁ ଏପରି ଘଟଣା ଘଟିଛି । କାରଟି ରାସ୍ତା କଡରେ ଥିବା ଖମ୍ବ ସହ ଧକ୍କା ହୋଇଛି । ତେବେ ଏହି ଦୁର୍ଘଟଣାରେ ସଂଲଗ୍ନ କୋଠାର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି ।