• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେରଳରେ ବେକାବୁ କରୋନା ସଂକ୍ରମଣ

  • ସଂକ୍ରମଣ ବୃଦ୍ଧି ହେତୁ କର୍ଣ୍ଣାଟକ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

  • କେରଳରୁ କର୍ଣ୍ଣାଟକ ଆସିଥିବା ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହରୀ ଭୟ ଭିତରେ କେରଳରେ ବେକାବୁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ଛଅ ଦିନହେଲା ପ୍ରତିଦିନ ୩୦,୦୦୦ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କେରଳର ସ୍ଥିତି ସୁଧୁରିବାର ନାଁ ନେଉନି । ସାରା ଦେଶରୁ ଦୈନିକ ଆସୁଥିବା କରୋନା ରୋଗୀଙ୍କ ସଂଖ୍ୟାରୁ ପ୍ରାୟ ୫୦ ରୁ ୬୦ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହେଉଛନ୍ତି ।

କେରଳର ଏପରି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ଣ୍ଣାଟକ ସରକାର ବଡ ପଦକ୍ଷେପ ନେଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁସାରେ କେରଳରୁ ଆସୁଥିବା ଯାତ୍ରୀମାନଙ୍କୁ ବର୍ତ୍ତମାନ ସାତ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କ୍ୱାରେଣ୍ଟିନ ଶେଷ ହେବା ପରେ ପୁଣି ଥରେ କରୋନା ପରୀକ୍ଷା କରାଯିବ ଏବଂ ନେଗେଟି ମିଳିବା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ ।

ମଙ୍ଗଳବାର ଠାରୁ ଏହି ନିୟମ ଲାଗୁ ହେବ । କେରଳରୁ ଆସୁଥିବା ଯାତ୍ରୀମାନଙ୍କ ରହିବା ସୁବିଧା ପାଇଁ ସରକାରୀ ହଷ୍ଟେଲ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି, “ଯଦି କୌଣସି ସରକାରୀ ସୁବିଧା ଉପଲବ୍ଧ ନହୁଏ, ତେବେ କ୍ୱାରେଣ୍ଟିନ୍ ପାଇଁ ବଜେଟରେ ହୋଟେଲ ବ୍ୟବସ୍ଥା କରାଯିବ । ହୋଟେଲେ ସପ୍ତାହେ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ମାଗଣାରେ ରହିପାରିବେ ଲୋକେ । ଏଥିସହିତ ବ୍ୟକ୍ତିଗତ ସୁବିଧାରେ କ୍ୱାରେଣ୍ଟିନ ରହିବାକୁ ଚାହୁଁଥିବା ଲୋକଙ୍କୁ ଦେୟ ଦେବାକୁ ପଡ଼ିବ ।

ସେପଟେ କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ସମ୍ପର୍କକୁ କେରଳ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ସତର୍କତାମୂଳକ ପଦକ୍ଷେପ ବୋଲି କହିଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି । ଏହା ସହିତ କେରଳରୁ ଦକ୍ଷିଣ କନ୍ନଡ ଜିଲ୍ଲାକୁ ପ୍ରବେଶ କରିବା ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଯେଉଁମାନଙ୍କ ପାଖରେ ନେଗେଟିଭ୍ ରିପୋର୍ଟ ନଥିବା, ସେମାନଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ ।