• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ । ଶପଥ ଗ୍ରହଣ ପୂର୍ବରୁ ସେ ବୈଜୟନ୍ତଙ୍କୁ ପରିବହନ ଭବନଠାରେ ସାକ୍ଷାତ କରିଥିଲେ । ସର୍ବାନନ୍ଦଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି ବୈଜୟନ୍ତ ।

ଗତ ନଭେମ୍ବରରେ ବୈଜୟନ୍ତଙ୍କୁ ଆସାମ ପ୍ରଭାରୀ ଦାୟିତ୍ୱ ଦେଇଥିଲା ବିଜେପି । ଗତ ମାର୍ଚ୍ଚରେ ଆସାମରେ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ସମର୍ଥନ ପାଇ ବାଜି ମାରିଥିଲା । ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବିଜେପିର ପ୍ରମୁଖ ନେତୃତ୍ତ୍ୱ ବୈଜୟନ୍ତଙ୍କୁ ପ୍ରଶଂସା କରିଥିଲେ । ଆସାମର ବିକାଶ ଦିଗରେ ସବୁବେଳେ ବୈଜୟନ୍ତ ମାର୍ଗଦର୍ଶନ କରୁଥାନ୍ତୁ ବୋଲି ସୋନୋୱାଲ ଏକ ସାର୍ବଜନୀନ ସଭାରେ କହିଥିଲେ ।

ରାଜ୍ୟସଭା ସାଂସଦ ଭାବେ ସୋନୋୱାଲଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶପଥ ପାଠ କରାଇଛନ୍ତି । ସୋନୋୱାଲଙ୍କ ବ୍ୟତୀତ ଡକ୍ଟର ଏଲ୍. ମୁରୁଗାନ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ସେହିପରି ଆଜି ଶପଥ ଗ୍ରହଣ ପୂର୍ବରୁ ସୋନୋୱାଲ ବୈଜୟନ୍ତଙ୍କ ପରାମର୍ଶ ଗ୍ରହଣ କରିଛନ୍ତି । ଏହା ଆସାମ ସାଙ୍ଗକୁ ଓଡ଼ିଶାର ବିକାଶକୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ତଥା ବୈୟଜନ୍ତଙ୍କ ପ୍ରଶଂସକ ମଧ୍ୟ ଚର୍ଚ୍ଚା ହେଉଛି ।