Advertisment

ମୁମ୍ବାଇ ଏୟାରପୋର୍ଟରେ ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର

ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର

author-image
Sarbeswar
ମୁମ୍ବାଇ ଏୟାରପୋର୍ଟରେ ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର

Salman Khan

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଓଡ଼ିଆ CISF ଅଫିସର। ଏୟାରପୋର୍ଟ ଏଣ୍ଟ୍ରି ବେଳେ ସିକ୍ୟୁରିଟି ଯାଂଚ୍ ସମୟରେ ଭାଇଜାନଙ୍କୁ ଅଟକାଇ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟିଛନ୍ତି ଏହି ଓଡ଼ିଆ ଅଫିସର। ତାଙ୍କ ନାଁ ସୋମନାଥ ମହାନ୍ତି, ଘର ନୟାଗଡ଼ ଜିଲ୍ଲା ପାଣିକୋଇଲି ନିକଟ ଘଣ୍ଟ ସାହି ବୋଲି ଜଣାପଡ଼ିଛି। ଗତକାଲି ସୋମନାଥ ମୁମ୍ବାଇ ଏୟାରପୋର୍ଟରେ ଡ୍ୟୁଟିରେ ଥିବା ବେଳେ ଟାଇଗର-ଥ୍ରୀ ସୁଟିଂ ଗସ୍ତରେ ଯାଉଥିବା ସଲମାନ୍ ତାଙ୍କ ଟ୍ରୁପ୍ ସହ ବିମାନବନ୍ଦରକୁ ଆସିଥିଲେ।

Advertisment

ତେବେ ସଲମାନ୍ ବିମାନବନ୍ଦର ପ୍ରବେଶ କରିବା ବେଳେ ସିକ୍ୟୁରିଟି ଚେକ୍ ପାଇଁ ଭାଇଜାନଙ୍କୁ ବି ଅଟକାଇଥିଲେ ଏହି ଓଡ଼ିଆ ଅଫିସର। ବିମାନନ୍ଦରରେ ସିକ୍ୟୁରିଟି ଚେକ୍ ବେଳେ ଅନ୍ୟ ସାଧାରଣ ଲୋକଙ୍କ ଭଳି ସଲମାନଙ୍କୁ ବି କିଛି ସମୟ ଅଟକିବାକୁ ପଡ଼ିଥିଲା। ସେପଟେ ସୋସିଆଲ ମିଡିଆରେ ଭାଇଜାନଙ୍କ ଏ ଭିଡିଓ ଭାଇରାଲ ହେଉଥିବା ବେଳେ ନିଜ କର୍ତ୍ତବ୍ୟର ପରିଚୟ ଦେଇଥିବା ସୋମନାଥଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

Advertisment
India Mumbai Salman Khan
Advertisment
Advertisment