Advertisment

ସାକିନାକା ପୀଡିତାଙ୍କ ମୃତ୍ୟୁ : ଅଭିଯୁକ୍ତ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ରିମାଣ୍ଡରେ

ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ପୀଡିତା ଘାଟକୋପର ରାଜାୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପୀଡିତାଙ୍କ ମୃତ୍ୟୁକୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ନିଶ୍ଚିତ କରିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି। ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି।

author-image
Pramod Behera
Saki Naka Rape Case

Saki Naka Rape Case

ମୁମ୍ବାଇ : ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ପୀଡିତା ଘାଟକୋପର ରାଜାୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପୀଡିତାଙ୍କ ମୃତ୍ୟୁକୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ନିଶ୍ଚିତ କରିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି। ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

ଏଠାରେ ୩୨ ବର୍ଷ ବୟସ୍କା ଜଣେ ମହିଳା ପ୍ରଥମ ଥର ପାଇଁ ଦୁଷ୍କର୍ମର ଶିକାର ହୋଇଥିଲେ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରେବା ଭଳି ନୃଶଂସ କାମ କରିଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ହେଉଥିବା ବେଳେ ଶନିବାର ମୃତ୍ୟୁବରଣ କରିଛନ୍ତି। ମହିଳାଙ୍କୁ ଅଣାଯିବା ବେଳେ ଗାଡି ଭିତରେ ରକ୍ତ ଦାଗ ମଧ୍ୟ ମିଳିଥିବା ପୋଲିସ ଅଧିକାରୀ କହିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଆଡ୍‌ମିଶନ୍‌ ସମୟରେ ମଧ୍ୟ ମହିଳାଙ୍କ ଅବସ୍ଥା ଗୁରୁତର ଥିଲା।

Advertisment

ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏହି ଦୁଷ୍କର୍ମ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧବ ଠାକରେ ମୁମ୍ବାଇ ପୋଲିସ୍‌ କମିଶନରଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲା ଫାଷ୍ଟ୍‌ ଟ୍ରାକ୍‌ କୋର୍ଟକୁ ପଠାଯିବ ଏବଂ ପୀଡିତାଙ୍କୁ ନ୍ୟାୟ ମିଳିବ।

ତଦନ୍ତକୁ ଶୀଘ୍ର ଯାଞ୍ଚ୍ କରିବାକୁ ମୁଖ୍ୟମନ୍ତ୍ରୀ ଠାକରେ ମଧ୍ୟ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା।

Rape Case Mumbai
Advertisment
Advertisment