Advertisment

ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।

author-image
Sarbeswar
Unemployment

Unemployment

ନୂଆଦିଲ୍ଲୀ: ବେକାରୀଙ୍କ ପାଇଁ ବଡ଼ ଖବର। କରୋନା କାଳରେ ବେକାରୀଙ୍କୁ ସହାୟତାର ହାତ ବଢାଇଛନ୍ତି ସରକାର। ଚାକିର ନ କଲେ ବି ମିଳିବ ଟଙ୍କା। ଘରେ ବସି ମାସକୁ ମାସ ପାଆନ୍ତୁ ଦରମା। ଏମିତି ଲାଭକୁ କେହି ବି ହାତ ଛଡା କରନ୍ତୁନି। ଏହାର ଭରପୂର ଫାଇଦା ଉଠାଇବାକୁ ଆଗେଇ ଆସନ୍ତୁ। ତେବେ କଣ ଏହି ଯୋଜନା। ଏବେ ହିଁ ଜାଣନ୍ତୁ ସ୍କିମ ବିଷୟରେ।

Advertisment

ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।

ରେଜିଷ୍ଟ୍ରେସନ ପ୍ରକ୍ରିୟା

ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ESIC ସହିତ ଜଡିତ କର୍ମଚାରୀ କେବଳ ଏଥିପାଇଁ ଆବେଦନ କରିପାରିବେ। ସ୍କିମର ଫାଇଦା ନେବା ପାଇଁ ପ୍ରଥମେ ଆପଣ ESIC ୱେବସାଇଟକୁ ଯାଆନ୍ତୁ। ସେଠାରେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଫର୍ମ ଡାଉନଲୋଡ କରନ୍ତୁ। ଫର୍ମ ଭରି ଫର୍ମ ସହିତ ୨୦ ଟଙ୍କାର ନନ୍-ଜୁଡିସିଆଲ୍ ଷ୍ଟାମ୍ପ ପେପରରେ ନୋଟାରୀର ଏଫିଡେଭିଡ୍ କରନ୍ତୁ। ଏହା ପରେ ନିକଟସ୍ଥ ESIC ବ୍ରାଞ୍ଚ ଅଫିସରେ ଫର୍ମ ଜମା କରି ଦିଅନ୍ତୁ। ଏହା ପରେ ESIC ତରଫରୁ ଆବେଦନର ସଠିକ ଯାଞ୍ଚ କରାଯାଇ କର୍ମଚାରୀଙ୍କ ଖାତାରେ ଟଙ୍କା ଜମା ହେବାର ବ୍ୟବସ୍ଥା ହୋଇଛି।

Advertisment

କିଏ ପାରିବେ ଫାଇଦା?

ପ୍ରାଇଭେଟ ସେକ୍ଟରରେ କାମ କରୁଥିବା ଜଣେ କର୍ମଚାରୀ ବେକାରୀ ହେବା ପରେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ ନେଇ ପାରିବେ। ଯେଉଁମାନଙ୍କର ମାସିକ ଦରମା ୨୧ ହଜାର ଟଙ୍କାରୁ କମ ହୋଇଥିବ। ଆଉ କମ୍ପାନୀ ସାଲାରୀରୁ ପ୍ରତି ମାସରେ PF/ESI କାଟୁଥିବ ସେହିମାନେ ହିଁ ଏହାର ଫାଇଦା ଉଠାଇ ପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାକିରି ହରାଇ ବେକାରୀ ହେବାର ୩୦ ଦିନ ପରେ ଏହି ଯୋଜନାରେ ଯୋଡି ହୋଇ ଆପଣ କ୍ଲେମ୍ କରି ପାରିବେ। କରୋନା ମହାମାରୀକୁ ନଜରରେ ରଖି ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ସରକାର। ପୂର୍ବରୁ ଯୋଜନାର ଶେଷ ତାରିଖ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଥିଲା।

କରୋନା କାଳରେ ଅନେକ ଚାକିରୀ ହରାଇ ବହୁ ହଇରାଣ ହରକତ ହେଉଛନ୍ତି। ହେଲେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଦେଖାଇଛି ବଂଚିବାର ବାଟ। ୫୦ ହଜାରରୁ ଅଧିକ ଲୋକ ଏହାର ଲାଭ ପାଇ ପାରିଛନ୍ତି।

Unemployment India News
Advertisment
Advertisment