• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଲାଲ୍ ଭେଣ୍ଡି କିଲୋ ୮୦୦ ଟଙ୍କା

  • ଚର୍ଚ୍ଚାରେ ଭୋପାଳର ଚାଷୀ ମିଶ୍ରିଲାଲ ରାଜପୁତ

ଭୋପାଳ: ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଏହି ନାଲି ଭେଣ୍ଡିର ଦାମ୍ ବଜାରରେ କିଲୋ ପିଛା ୭ ଶହରୁ ୮ ଶହ ଟଙ୍କା।

ଏ ହେଉଛନ୍ତି ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲାର ମିଶ୍ରିଲାଲ ରାଜପୁତ । ଚଳିତ ବର୍ଷ ସେ ପ୍ରାୟ ଏକ ଏକର ଜମିରେ ନାଲି ଭେଣ୍ଡି ଚାଷ କରିଛନ୍ତି । ଏଥିପାଇଁ ସେ ବନାରସରୁ ଏକ କିଲୋ ଭେଣ୍ଡି ବିହନ ଆଣିଥିଲେ । ଜମିକୁ ଭଲ କରି ଚାଷ କରିବା ପରେ ଏଥିରେ ଭେଣ୍ଡି ଲଗାଇଥିଲେ । ଆଉ ପ୍ରାୟ ୪୦ ଦିନ ପରେ ସେଥିରେ ଭେଣ୍ଡି ଫଳିବା ଆରମ୍ଭ ହୋଇଥିଲା । ଏହି ଭେଣ୍ଡି ଗୁଡିକର ରଂଗ ସବୁଜ ବଦଳରେ ନାଲି ରଂଗର । ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ ରୋଗୀଙ୍କ ପାଇଁଏହା ଅନେକ ଫାଇଦା ଦେଇଥାଏ । ଏହି ଭେଣ୍ଡି ପାଇଁ କୌଣସି କୀଟନାଶକ ପ୍ରୟୋଗ କରାଯାଇନାହିଁ । ସାଧାରଣ ଭେଣ୍ଡି ତୁଳନାରେ ନାଲିଭେଣ୍ଡିର ଅଧିକ ଚାହିଦା ରହିଛି । ଏଥିପାଇଁ ବଜାରରେ ଏହା କିଲୋପ୍ରତି ୭ ଶହରୁ ୮ ଶହ ଟଙ୍କା ଦରରେ ବିକ୍ରି ହେଉଥିବା ମିଶ୍ରିଲାଲ କହିଛନ୍ତି ।

ମିଶ୍ରିଲାଲ ପ୍ରତିବର୍ଷ ଏହି ଜମିରେ ଭେଣ୍ଡି ଚାଷ କରିଥାନ୍ତି । କିନ୍ତୁ ଅମଳ ଭଲ ହେଉଥିଲେ ମଧ୍ୟ ଭେଣ୍ଡିର ଚାହିଦା ନଥାଏ । ତେଣୁ ବାଧ୍ୟ ହୋଇ କମ ଦରରେ ଭେଣ୍ଡିକୁ ବିକ୍ରି କରିଥାନ୍ତି । କିନ୍ତୁ ଚଳିତବର୍ଷ ନାଲି ଭେଣ୍ଡି ଚାଷ କରିଥିବାରୁ ଏଥିପାଇଁ ଭଲ ମୂଲ୍ୟ ପାଇଛନ୍ତି । ଏକ ଏକର ଜମିରୁ ଅତିକମରେ ୪୦ରୁ ୫୦ କ୍ୱିଣ୍ଟାଲ ନାଲି ଭେଣ୍ଡି ଅମଳ ହୋଇଥାଏ । ବେଳେବେଳେ ଏହା ୭୦ରୁ ୮୦ କ୍ୱିଣ୍ଟାଲକୁ ବୃଦ୍ଧି ପାଇଥାଏ। ତେବେ ଏହି ପ୍ରକାର ଭେଣ୍ଡି ସବୁ ସ୍ଥାନରେ ଚାଷ ହୋଇପାରିବ ବୋଲି କୁହାଯାଇଛି।