• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଋଷିଆ ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ସାଢେ ୪ ଘଣ୍ଟାର ବିରାମ । ନିସ୍ତବ୍ଧ ଯୁଦ୍ଧଭୂମୀ । ହେଲେ ଏ ଯୁଦ୍ଧ ବିରାମର ମୁଖ୍ୟ ନାୟକ କିଏ ଜାଣିଛନ୍ତି । ସେ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ କଥା ଆମେ କହୁନାହୁଁ, କହୁଛନ୍ତି ଆମ ଦେଶର ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ବିରାଟ ଯୁଦ୍ଧ ଭିତରେ ସାଢେ ୪ ଘଣ୍ଟା। କିଛି କମ୍ ନୁହେଁ । ଯେଉଁ ସମୟରେ ଅଟକିଯାଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ଆପଣ ଏବେ ବି ଭାବୁଥିବେ କ’ଣ ପାଇଁ ? ମୋଦି ଏମିତି ଗୋଟିଏ ବୈଶ୍ୱିକ ବିପତ୍ତି ବେଳେ ଏମିତି କ’ଣ ପାଇଁ କଲେ । ଏ ନେଇ ଖୁଲାସା କରିଛନ୍ତି ରାଜନାଥ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶାଖାପାଟଣାର ଏକ ସାଧାରଣ ସଭାକୁ ସମ୍ବୋଧନ କରି ଏହି ବିଷୟରେ କହିଛନ୍ତି ରାଜନାଥ ।

ଅଧିକ ପଢ଼ନ୍ତୁ: ଯିଏ ଯେତେ ଗାଳି ଦିଅନ୍ତୁ ସବୁ ସହିବି, ଭାରତ ମାଆର ସେବା କରିବି: ପ୍ରଧାନମନ୍ତ୍ରୀ

୨୦୨୨ ମସିହା ଫେବୃୟାରୀରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ସମୟରେ ବହୁ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ଅଧ୍ୟୟନ କରୁଥିଲେ। ସେଠାକାର ଯୁଦ୍ଧ ପରିସ୍ଥିତିକୁ ଦେଖି ଭାରତରେ ଥିବା ସେମାନଙ୍କ ଅଭିଭାବକଙ୍କ ଚିନ୍ତା ବଢିଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୁତାବକ, ଅଭିଭାବକମାନଙ୍କ ଏକ ପ୍ରତିନିଧି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଓ ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ।

ଏହାପରେ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଯୋଗାଯୋଗ କରିଥିଲେ। ପରେ ସାଢେ ଚାରି ଘଣ୍ଟା ପାଇଁ ଚାଲିଥିବା ଭୟଙ୍କର ଯୁଦ୍ଧ ବନ୍ଦ ହୋଇ ଯାଇଥିଲା ଓ ୨୨,୦୦୦ରୁ ଉର୍ଦ୍ଧ ଭାରତୀୟ ଛାତ୍ରଛାତ୍ରୀ ଭାରତକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।