Advertisment

ଜେଲ ଗଲେ ରାଜ କୁନ୍ଦ୍ରା

ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା।

author-image
Sarbeswar
ଅଦ୍ୟତନ ହୋଇଛି
ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ବଡ଼ ଖୁଲାସା, ଗିରଫଦାରୀରୁ ବଞ୍ଚିବା ପାଇଁ କରିଥିଲେ ଏମିତି କାମ

Raj Kundra

ନୂଆଦିଲ୍ଲୀ: ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦା ଜେଲ୍ ଯାଇଛନ୍ତି। ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିଆନ୍ ଥର୍ପେଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୧୯ ତାରିଖରେ ରାଜଙ୍କ ସମେତ ୧୯ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା।

Advertisment

ତେବେ ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଇଛି। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି। ଲୋକେ ନା କେବଳ ତାଙ୍କୁ ରାଜ କୁନ୍ଦ୍ରା ବୋଲି ଭାବି ନେଇଛନ୍ତି ବରଂ ଏବେ ରାଜ କୁନ୍ଦ୍ରାଙ୍କ ନାମରେ ଚାଲିଥିବା ପୋର୍ଣ୍ଣୋଗ୍ରାଫୀ ମାମଲାକୁ ନେଇ ତାଙ୍କ ଫଟୋକୁ ମଧ୍ୟ ବ୍ୟବହାର କରୁଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲରେ ସାକ୍ଷାତକାର ଦେବାବେଳେ କରଣ କହିଛନ୍ତି ଯେ ସେ ଗୋଟିଏ ଦିନ ସକାଳେ ଉଠି ଦେଖିଲେ ଯେ ଅନେକ ଲୋକଙ୍କୁ ଲାଗୁଛି ରାଜ କୁନ୍ଦ୍ରା ବଦଳରେ ସେ ଏହି ପୋର୍ଣ୍ଣୋଗ୍ରାଫୀ ବିବାଦରେ ଫସି ଯାଇଛନ୍ତି। ସୋସିଆଲ୍‌ ମିଡିଆରେ ଉପଭୋକ୍ତାମାନେ ଟ୍ୱିଟ୍‌ କରି ତାଙ୍କୁ ମଧ୍ୟ ଟ୍ୟାଗ୍‌ କରୁଛନ୍ତି।

Advertisment

ତେବେ ପୂର୍ବରୁ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ଉମେଶ କାମତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କିଛି ହ୍ୱାଟ୍ସଆପ୍‌ ଚାଟ୍ ଆଧାରରେ ନ୍ୟୁଜ୍ ପୋର୍ଟାଲ୍ ଦାବି କରିଛି ଯେ ଫ୍ଲୋରା ସାଇନି ଏକ କଣ୍ଟେଣ୍ଟକୁ ନେଇ ରାଜ କୁନ୍ଦ୍ରାଙ୍କ ସହ ଚୁକ୍ତିନାମା ବିଷୟରେ କଥାବାର୍ତ୍ତା କରିଛନ୍ତି। ଚାଟ୍ ଉପରେ ଆଧାର କରି କୁହାଯାଇଥିଲା ଯେ ରାଜ କୁନ୍ଦ୍ରା ଏବଂ ଉମେଶ କାମତ ବଲିଫେମ୍‌ ନାମକ ଏକ ଆପ୍‌ର ଗୀତ ପାଇଁ ଫ୍ଲୋରା ସାଇନିଙ୍କୁ ସାଇନ୍ କରିବାକୁ ଚାହୁଁଛନ୍ତି। ତେବେ କୁଦ୍ରାଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନାହିଁ।

India Raj Kundra Mumbai
Advertisment
Advertisment