• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବଢିଲା ରେଳ ବିଭାଗର ଗାଇଡ୍‌ ଲାଇନ୍‌ ଅବଧି 

  • ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା

  • ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେବ ଏହି ନୂଆ ନିୟମ 

ନୂଆଦିଲ୍ଲୀ: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍‌ରେ ଲାଗୁ ହେବ ଏହି ନିୟମ । କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍‌ ଓ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ଷ୍ଟେସନ୍‌ ପରିସର କିମ୍ୱା ଟ୍ରେନ୍‌ରେ ଯଦି କେହି ମାସ୍କପିନ୍ଧି ନଥିବାର ଦେଖିବାକୁ ମିଳିବ ତେବେ ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ।

ସାରା ଦେଶରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ରେଳ ବିଭାଗ ପକ୍ଷରୁ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ନିୟମାବଳୀରେ କୁହାଯାଇଛି ଯେ, ରେଳ ପରିସର ଏବଂ ଟ୍ରେନ୍ ଭିତରେ ଏହି ନୂଆ ନିୟମକୁ ୬ ମାସ ତଥା ୧୬ ଏପ୍ରେଲ୍‌ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଦିଆଯାଇଛି ।

ସୂଚନାଅନୁସାରେ, ଗତ ଏପ୍ରିଲରେ କୋଭିଡର ଦ୍ୱିତୀୟ ଲହର ଆସିଥିବା ସମୟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା । ଯାହାର ଅବଧି ୨୦୨୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଥିଲା । ଯାହା ଏବେ ଶେଷ ହୋଇଯାଇଥିବାରୁ ବର୍ତ୍ତମାନ ସେହି ନିୟମରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ‘ରେଳବାଇ ବୋର୍ଡ ଅନୁଯାୟୀ, ଯାତ୍ରା ସମୟରେ ସମସ୍ତ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ’ ।

ଦେଶରେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଳେଳ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଜାରି କରାଯାଇଛି । କୋରନା ସଂକ୍ରମଣ ହ୍ରାସ ଘଟୁଥିଲେ ମଧ୍ୟ ରେଳ ବିଭାଗ ପୂବରୁ ସତର୍କ ରହିଥିବାର ଜଣାପଡିଛି । କାରଣ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୪୩୧ ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ଗତକାଲି ୨୪ ହଜାର ୬୦୨ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଯାହା ପରେ ଆକ୍ଟିଭ୍ କେସ୍୨ ଲକ୍ଷ ୪୪ ହଜାର ୧୯୮ ରେ ପହଞ୍ଚିଛି ।

ଦେଶରେ ଟୀକାକରଣ ସଂଖ୍ୟା ୯୨ କୋଟି ଅତିକ୍ରମ କରିଛି । ସେହିପରି ଗତକାଲି ୪୩ ଲକ୍ଷ ୯ ହଜାର ୫୨୫ ଡୋଜ କରୋନା ଟିକା ଦିଆଯାଇଥିଲା । ଯାହା ପରେ ଟିକା ମାତ୍ରା ୯୨ କୋଟି ୬୩ ଲକ୍ଷ ୬୮ ହଜାର ୬୦୮ କୁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Other Stories

  • Indian Air Force Day
    National ଆଜି ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ

    ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ। 

  • Petrol price today
    National ତୈଳ ଦରରେ ନିଆଁ, ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

    କମିବାର ନାଁ ଧରୁନି ପେଟ୍ରୋଲ-ଡିଜେଲ ମୂଲ୍ୟ । ଦେଶରେ ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗର ନିଗମରେ ତୈଳ ଦରର...

  • Aryan khan Issue
    National ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଓଡ଼ିଆ ?

    ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ...

  • Lakhimpur Kheri Violence
    National ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

    ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।