Advertisment

ପୁଣି ବଢିଲା ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଳହ, ନିଜ ଜିଦ୍‌ରେ ଉଭୟ ଅଟଳ

ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ

author-image
Sarbeswar
ପୁଣି ବଢିଲା ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ କଳହ, ନିଜ ଜିଦ୍‌ରେ ଉଭୟ ଅଟଳ

Punjab

ଅମୃତସର: ପଞ୍ଜାବ କଂଗ୍ରେସ ଥମିବାରେ ନା ନେଉନାହିଁ କନ୍ଦଳ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ମତାନ୍ତର ଏବେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏମିତି କି ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଥିବା ଦେଖାଦେଇଛି। ଆଉ ଏହାରି ମଧ୍ୟରେ, ପଞ୍ଜାବର କଂଗ୍ରେସ ସାଂସଦ ଆଜି ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରିବା ନିଷ୍ପତ୍ତିକୁ ବିରୋଧ କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ କଂଗ୍ରେସ ସାଂସଦ ଦିଲ୍ଲୀ ଗସ୍ତ ମଧ୍ୟ କରିସାରିଛନ୍ତି।

Advertisment

ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଥିଲେ। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଗତକାଲି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି।

Advertisment

ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଛି।ତାଙ୍କୁ ବୁଝାଇବାକୁ ହରିଶ ରାୱତ ଆସିଥିବା କୁହାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସ ଦଳ ମଧ୍ୟରେ ଏମିତି ଭାବରେ ଅନ୍ତକନ୍ଦଳ ଲାଗି ରହୁଛି ଯାହାଦ୍ୱାରା ଦଳ ନିର୍ବାଚନରେ ବାରମ୍ବାର ପରାଜୟର ସ୍ୱାଦ ଚାଖୁଛି। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ କେମିତି ଦଳ ମଧ୍ୟରେ ନେତାଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ହେବ ସେନେଇ ଦଳ ମାନସମନ୍ଥନ କରୁଥିବା ଜଣାପଡ଼ିଛି। ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କ ନିଯୁକ୍ତିକୁ ସମର୍ଥନ ଜଣାଇଥିଲେ ମଧ୍ୟ ସିଦ୍ଧୁଙ୍କ କ୍ଷମାପ୍ରାର୍ଥନାରେ ଅଡି ବସିଛନ୍ତି। ଏପରିକି ସିଦ୍ଧୁ ସାର୍ବଜନୀକ ଭାବେ ଭୁଲ ନ ମାଗିବା ଯାଏଁ ସେ ତାଙ୍କୁ ଭେଟିବେ ନାହିଁ ବୋଲି ସଫା ସଫା କହିଛନ୍ତି ଅମରିନ୍ଦର। ସେପଟେ ଦିଲ୍ଲୀରେ ନବଜ୍ୟୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ମିଶି ଜଳଖିଆ କରିଥିବାର ଫଟୋ ସାମ୍ନାକୁ ଆସିଛି ।

Congress INC Punjab Politics
Advertisment
Advertisment