• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା ।

  • ସେ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ।

  • ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି ।

ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା । ସେ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି । ଏହା ପରେ ଅନୁମୋଦନ ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି ରନ୍ଧାଓ୍ୱାଙ୍କ ନାଁ । ୩ ଥରର ବିଧାୟକ ହେଉଛନ୍ତି ସୁଖଜିନ୍ଦର । ସେ ଅବକାରୀ ଓ ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ପଂଜାବ କଂଗ୍ରେସର ଉପସଭାପତି ପଦରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଗୁରଦାସପୁର ଜିଲ୍ଲାର ରନ୍ଧାଓ୍ୱା ପଂଜାବର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କର ଘନିଷ୍ଠ ବୋଲି କୁହାଯାଏ । ତେବେ ସୁଖଜିନ୍ଦର ମୁଖ୍ୟମନ୍ତ୍ରୀ ପଦରେ ବସିବା ସହ ତାଙ୍କୁ ଶାସନରେ ସହଯୋଗ କରିବା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଗତକାଲି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂହ । ସିଦ୍ଧୁ ଗୋଷ୍ଠୀ ସହିତ ତାଙ୍କର କନ୍ଦଳ ଲାଗି ରହିଥିବାରୁ ସେ ପଦ ଛାଡ଼ିଥିଲେ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ଦେଇଥିଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ସେହି କନ୍ଦଳର ଏକ ପରିଣାମ ଗତକାଲି ଦେଖିବାକୁ ମିଳିଛି ।

ପଞ୍ଜାବ କଂଗ୍ରେସରେ ଗୋଟିଏ ପଟେ ନବଜୋତ ସିଂହ ସିଦ୍ଧୁ ନିଜର ଦବଦବା ଜାହିର କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠି କ୍ଷମତା ଦଖଲ କରି ବସିଥିଲେ । ତେବେ ଯାହାକୁ ନେଇ ସିଦ୍ଧୁ ଗୋଷ୍ଠି ଅସନ୍ତୋଷ ଜାହିର କରି ଆସୁଥିଲେ । ଏମିତିକି ସିଦ୍ଧୁ ଖୋଲା ଖୋଲି ଭାବେ ଅମରିନ୍ଦରଙ୍କୁ ଚେତାବନୀ ମଧ୍ୟ ଦେବାକୁ ପଛାଉ ନଥିଲେ ।

ଅନ୍ୟପଟେ ଆଉ ୫ରୁ ୬ ମାସ ପରେ ପଂଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏହା ପୂର୍ବରୁ ଦେଖିବାକୁ ମିଳିଛି ହାଇଡ୍ରାମା । ଏବେ ପୁରା ଦେଶର ନଜର ପଞ୍ଜାବ ରାଜନୀତି ଓ ସିଦ୍ଧୁଙ୍କ ଗେମ୍‌ପ୍ଲାନ୍‌ ଉପରେ ରହିଛି ।